କୋରାପୁଟ-ଜୟପୁର ରାସ୍ତାରେ ଓଲଟିଲା ଏଲପିଜି ଟ୍ୟାଙ୍କର : ୩୦୦ ମିଟର ପର୍ଯ୍ୟନ୍ତ ଯାତାୟତ ବନ୍ଦ

36

କୋରାପୁଟ : କୋରାପୁଟ-ଜୟପୁର ରାସ୍ତାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । କୋରାପୁଟ ଘାଟିରେ ଏଲପିଜି ଗ୍ୟାସ ଟ୍ୟାଙ୍କର ଓଲଟିପଡିଛି । ଟ୍ୟାଙ୍କରରୁ ପ୍ରବଳ ମାତ୍ରାରେ ଗ୍ୟାସ ନିର୍ଗତ ହେଉଛି । ଫଳରେ ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ହୋଇଛନ୍ତି । ୨୦୦ରୁ ୩୦୦ ମିଟର ପର୍ଯ୍ୟନ୍ତ ସମସ୍ତ ଯାତାୟତ ବନ୍ଦ କରାଯାଉଛି । ଫଳରେ ଗାଡି ଗୁଡିକ ଲମ୍ବା ଲାଇନରେ ଛିଡା ହୋଇଛି । ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଚିଂଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :