କନକ ବ୍ୟୁରୋ: କାଳିଆ ସେବାରେ ଲାଗିବ କୋରାପୁଟ ଗୁଡ଼ । ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ କାର୍ଯ୍ୟରେ କୋରାପୁଟ ଗୁଡ଼ ଲାଗିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁରୀ ଯିବା ପାଇଁ କେବଳ ଅପେକ୍ଷା । କୋରାପୁଟ ଓରମାସ ତରଫରୁ ଚଳିତ ବର୍ଷ ରଥ ଯାତ୍ରା ସମୟରେ କୋରାପୁଟର ବିଭିନ୍ନ ହାତ ତିଆରି ସାମଗ୍ରୀ ନେଇ ଓରମାସର ମିଶନ ଶକ୍ତି ମହିଳା ମାନେ ପୁରୀ ଯାତ୍ରା କରିବା ନେଇ କାର୍ଯ୍ୟକ୍ରମ ରହିଛି । ରଥଯାତ୍ରା ସମୟ ରେ ପଲିଶ୍ରୀ ମେଳାରେ ଝଲସିବ କୋରାପୁଟର ହାତ ତିଆରିର ବିଭିନ୍ନ ସାମଗ୍ରୀ ସହ କୋରାପୁଟ ଗୁଡ଼ । କାଳିଆ ଠାକୁରଙ୍କ ପାଖରେ ଗୁଡ ଲାଗିବ ବୋଲି ମିଶନ ଶକ୍ତି ମା ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
କାଳିଆ ସେବାରେ ଲାଗିବ କୋରାପୁଟ ଗୁଡ଼ । ପ୍ରସ୍ତୁତି ଶେଷ, ଏବେ ପୁରୀ ଯିବା ପାଇଁ ଅପେକ୍ଷା
/kanak/media/post_attachments/wp-content/uploads/2023/06/9_00000.jpg)