କୋରାପୁଟ ଜିଲ୍ଲା ସିମିଳିଗୁଡା ସୁନାବେଡା ବସଷ୍ଟାଣ୍ଡରୁ ଜାଲ୍ ନୋଟ ଜବତ : ଅଭିଯୁକ୍ତ ଅନାମ ଖିଲୋଙ୍କ ପାଖରୁ ମିଳିଲା ୩ଲକ୍ଷ ୨୮ହଜାର ୩ଶହ ଟଙ୍କାର ନକଲି ନୋଟ

 କେଉଁଠୁ ଆସିଲା ପୁଳା ପୁଳା ଜାଲ୍ ନୋଟ ତଦନ୍ତ କରୁଛି ଏସଟିଏଫ

163

କନକ ବ୍ୟୁରୋ : କୋରାପୁଟ ସୁନାବେଡ଼ା ବସଷ୍ଟାଣ୍ଡ ଅଂଚଳରୁ ବିପୁଳ ପରିମାଣର ନକଲି ନୋଟ ଜବତ । ପ୍ରାୟ ୩ ଲକ୍ଷ ୨୮ ହଜାର ୩ଶହ ଟଙ୍କା ନକଲି ନୋଟ ଜବତ କଲା ଏସଟିଏଫ । ଅନାମ ଖିଲୋ ନାମକ ଜଣେ ବ୍ୟକ୍ତି ଜାଲ ନୋଟର ବେଆଇନ୍ କାରବାର ଚଲାଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସ୍ୱତ୍ରରୁ ଖବର ମିଳିବା ପରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନାମ ଠାରୁ ଜାଲ ନୋଟ ମିଳିବା ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର ମଧ୍ୟ ଜବତ କରିଛି ଏସଟିଏଫ ।

ବଡକଥା ହେଉଛି ବିମୁଦ୍ରାକରଣର ୪ବର୍ଷ ପରେ ବି ଜାଲ୍ ନୋଟର ଜାଲ ବିଛାଉଛନ୍ତି ଅପରାଧୀ । କଳାଧନ ଉପରେ ଅଙ୍କୁଶ ଲଗାଇବା ସହ ଜାଲ ନୋଟ କାରବାର ବନ୍ଦ କରିବାକୁ ରାତିଅଧିଆ ବିମୁଦ୍ରାୟନ ଘୋଷଣା କରିଥିଲେ ମୋଦୀ ସରକାର । ରାତିଅଧିଆ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା । ପରେ ଯେଉଁ ନୂଆ ୫ଶଡ ଓ ୨ହଜାର ଟଙ୍କିଆ ନୂଆ ନୋଟ ଜାରି କରାଗଲା ଏହାକୁ ନକଲ କରିବା ଅସମ୍ଭବ ବୋଲି ଦାବି କରାଯାଉଥିଲା । ହେଲେ ଚୋରା ଚାଲାଣ ବେଳେ ଲକ୍ଷ ଲକ୍ଷ ଟଙ୍କାର ଜାଲ ନୋଟ ମିଳିବା ବିମୁଦ୍ରାୟନର ଉଦେ୍ଧଶ୍ୟ ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି ।