କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗକୁ ନେଇ ଓଡିଶାକୁ ସତର୍କ କରାଇ ଦେଇଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା । ସେ କହିଛନ୍ତି, ନିଜ ଲୋକଙ୍କ ସୁବିଧା ପାଇଁ କାମ ନକରି ଆନ୍ଧ୍ର କାହିଁକି ଓଡିଶା ଲୋକଙ୍କ ପାଇଁ କାମ କରିବାକୁ ଆଗଭର ହେଉଛି । ଶୁଣିବାକୁ ମିଳୁଛି କୋଟିଆ ପାଇଁ ଏକ ବଡ ଡିଲ ହୋଇଛି । କେତେକ କମ୍ପାନୀ ମିଳିତ ଭାବେ କୋଟିଆରେ ଖଣି ଖନନ ଚାହୁଁଛନ୍ତି । ତେଣୁ ସେମାନେ ଫଣ୍ଡିଂ କରି ଏପରି ଷଡଯନ୍ତ୍ର ଚଳାଇଛନ୍ତି । ସେମାନେ ଓଡିଶାର ପାୱାର କରିଡରରେ ବି ଡିଲ ପାଇଁ ଉଦ୍ୟମ କରୁଥିବା ଗଦାଧର ପରିଡା କହିଛନ୍ତି ।
ଅନ୍ୟପଟେ ଆଜି କୋଟିଆ କଳିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣି ହୋଇଛି । ଆବେଦନର ଶୂୁଣାଣି କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର । ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/5-21.jpg)