ତାତିରେ ନେତାଙ୍କୁ ପ୍ରଚାର ନକରିବାକୁ କୋରାପୁଟ ଜିଲ୍ଲାପାଳଙ୍କ ପରାମର୍ଶ । ଦିନ ୧୧ଟାରୁ ୩ଟା ଯାଏଁ କ୍ୟାମ୍ପେନିଂ ପାଇଁ ନେବାକୁ ପଡ଼ିବ ଅନୁମତି ।

108

କନକ ବ୍ୟୁରୋ: ଖରା ପାଇଁ ପ୍ରଚାର କଟକଣା । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନେତାଙ୍କ ପାଇଁ ପ୍ରଚାର କଟକଣା ଜାରି କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତି ଭାସନ । ତାତି ବଢୁଥିବାରୁ ଦିନ ୧୧ଟାରୁ ୩ ଟା ମଧ୍ୟରେ ପ୍ରଚାର ନକରିବାକୁ ପରାମର୍ଶ ଦିଆଯାଇଛି । ଖରାରେ ଶୋଭାଯାତ୍ରା, ବୈଠକ ଏବଂ ରାଜନୈିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । ଏପରିକି ରାଜନୈତିକ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ଅନୁମତି ନେବାକୁ ବାଧ୍ୟତମୂଳକ କରାଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ପାନୀୟ ଜଳ, ଓଆରଏସ୍ ରଖିବା ସହ ଛାଇର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ଯଦି ଏସବୁ ବ୍ୟବସ୍ଥା କରାଯାଇନଥାଏ, ତେବେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି । ଏଥିସହ ରାଜନୈତିକ କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି ।