କନକ ବ୍ୟୁରୋ : ଓଡ଼ିଶା ଜମିରେ ଆନ୍ଧ୍ର ପଟ୍ଟା ବାଟିଂବା ଘଟଣାରେ ମିଳିତ ବୈଠକ ପାଇଁ ଆନ୍ଧ୍ରକୁ ଚିଠି ଲେଖିଲା କୋରାପୁଟ ଜିଲ୍ଳା ପ୍ରଶାସନ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛିି । ସୀମାନ୍ତ ବିବାଦ ତୁଟାଇବା ପାଇଁ ମିଳିତ ବୈଠକ କରିବା ପାଇଁ ଆନ୍ଧ୍ରକୁ ଚିଠି ଲେଖିଛି କୋରାପୁଟ ଜିଲ୍ଳା ପ୍ରଶାସନ । ଆଗାମୀ ୧୩ ତାରିଖରେ ହେବ ଏହି ବୈଠକ ।

Advertisment

ମିଳିତ ବୈଠକ ନହେବା ଯାଏଁ ଆନ୍ଧ୍ର ସୀମାନ୍ତରେ ତାର କାମ ବନ୍ଦ ରଖିବ । ଏନେଇ ସୁଚନା ଦେଇଛନ୍ତି କୋରାପୁଟ ଉପଜିଲ୍ଲାପାଳ । ସେପଟେ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବା ଦରକାର କହିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ପ୍ରତ୍ୟେକ ଓଡ଼ିଶା ଗାଁ ଗୁଡ଼ିକୁ ଆନ୍ଧ୍ର ନିଜ ଅଧିନକୁ ନେବା ପାଇଁ ପ୍ରୟାସ ଚଳାଇଛି । କୋରାପୁଟ ନନ୍ଦପୁର ବ୍ଳକର ରାଇପାଡ଼ ଓ ଗୋଲୁରୁ ପଚାଂୟତରେ ଆନ୍ଧ୍ର ଜଙ୍ଗଲ ଜମି ପଟ୍ଟା ଦେବା ସହ ପାନୀୟ ଜଳ ସୁବିଧା ଓ ଆବାସ ଯୋଜନାରେ ଘର ତିଆରି କରୁଛି ।

ଏହାକୁ ନେଇ ସ୍ଥାନୀୟ ଅଚଂଳରେ ବିବାଦ ଦେବାଦେବା ସହ ଗଣ ମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ଆପୋଷ ବୁଝାମଣା ପାଇଁ ଆନ୍ଧ୍ରର ସ୍ଥାନୀୟ ଅଧିକାରୀଙ୍କ ସହ ମିଳିତ ବୈଠକ କରି ସମାଧାନ କରିବା ପାଇଁ ଆନ୍ଧ୍ରକୁ ଚିଠି ଲେଖିଛି କୋରାପୁଟ ଜିଲ୍ଳା ପ୍ରଶାସନ । ଆନ୍ଧ୍ର ମଧ୍ୟ ଏଥିରେ ରାଜି ହୋଇଥିବା ଜଣା ପଡ଼ିଛି ।