କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଲାଗି ରହିଛି । ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଟିଆ ପଂଚାୟତର ୨୧ଟି ଗାଁରେ ଘରକୁ ଘର ବୁଲି ଲୋକଙ୍କ କରୋନା ପରୀକ୍ଷା କରିବା ପରେ ଏବେ କୋରାପୁଟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଟିଆରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । କୋଟିଆ ସ୍ଥିତ ଡାକ୍ତରଖାନାରେ ଏଣିକି ପ୍ରତି ବୁଧବାର ଦିନ କରୋନା ପରୀକ୍ଷା କରାଯିବ ।
ସେହିପରି ପଂଚାୟତବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲିବା ଆରମ୍ଭ କରିଛନ୍ତି । ଏହି ମାସ ୧୩ ତାରିଖ ଦିନ ଫାଟୁସେନେରୀରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ର ବିବାଦରେ ଥିବା ବେଳେ ଏବେ କୋଟିଆ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଶିବିର । ଯାହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନକୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ଏବେ ଆନ୍ଧ୍ରକୁ ଚେକ ଦେବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅଂଟା ଭିଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/25-19.jpg)
/kanak/media/post_attachments/wp-content/uploads/2021/02/vlcsnap-2021-02-25-13h13m56s875.png)