ଅବିଭକ୍ତ କୋରାପୁଟରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ବିରାଟ ରାଲି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି
କନକ ବ୍ୟୁରୋ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିଛି ରାଜ୍ୟ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ଏକମାତ୍ର ବିକଳ୍ପ ହେଉଛି କଂଗ୍ରେସ । ରାଜ୍ୟ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହାଁନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
୨ଲକ୍ଷ ରୋଜଗାର, ୩୧୪ ବ୍ଲକକୁ ଜଳ ଯୋଗାଣ, ୧୨ ହଜାର ସ୍କୁଲ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ପୁରଣ କରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଶରତ ପଟ୍ଟନାୟକ । ଆଜି ବି ୧୬ ଲକ୍ଷ ଲୋକ ଖାଇବାକୁ ପାଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଶରତ ପଟ୍ଟନାୟକ । ୨ ଦିନିଆ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଅଛି ରାଜ୍ୟ କଂଗ୍ରେସର ଟିମ୍ ।
ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, କେ ରାଜୁ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜୟପୁର ବିଧାୟକ ତାରାବହିନୀପତି ପ୍ରମୁଖ ଏହି ଟିମରେ ସାମିଲ ଅଛନ୍ତି । ଗତକାଲି ଲକ୍ଷ୍ମୀପୁର ଗସ୍ତ ସାରି ଆଜି ମାଲକାନଗିରିରେ ଜନ ସମାବେଶ କରିଛନ୍ତି । ଏହା ପୂର୍ବରୁ ଜୟପୁର ସହରରେ ବିରାଟ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ ଦଳ ।