ପଦାରେ ପଡିଲା କୋରାପୁଟ କଂଗ୍ରେସ କଳି । ତାରା ବାହିନୀପତିଙ୍କ ବିରୋଧରେ ଫେରାଦ ହେଲେ ଶତାଧିକ କର୍ମୀ ।

131

କନକ ବ୍ୟୁରୋ:ପୁଣି ବିବାଦରେ ପଡିଲା କଂଗ୍ରେସ କନ୍ଦଳ । କଂଗ୍ରେସ ଭବନରେ କୋରାପୁଟ କଳି । ଦୁଇ ଦିନ ପୂର୍ବରୁ ନିଜ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ ବିଧାୟକ ତାରା ବାହିନୀପତି । ମୀନାକ୍ଷୀ ବାହିନୀପତିଙ୍କ ସପକ୍ଷରେ ବାହାରି ପିସିସି ସଭାପତିଙ୍କ ଆଗରେ ଫେରାଦ ହୋଇଥିଲେ ତାରା ବାହିନୀପତି ଓ ତାଙ୍କ ସମର୍ଥକ । ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାପତି କରାଯାଉ ବୋଲି ଦାବି କରିଥିଲେ ବିଧାୟକ ଓ ତାଙ୍କ ସମର୍ଥକ । ଏହି କଥାକୁ ବିରୋଧ କରି ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଁଚିଛନ୍ତି କୋରାପୁଟ୍ କଂଗ୍ରେସର ଶତାଧିକ କର୍ମୀ । ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ଗର୍ଜିବା ସହ, ମୀନାକ୍ଷୀ ବାହିନୀପତିଙ୍କ ବିରୋଧରେ ଫେରାଦ ହୋଇଛନ୍ତି ।

କେବଳ ସେକିତି ନୁହେଁ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମର୍ଥକମାନେ ମଧ୍ୟ ବିଧାୟକଙ୍କ ବିରୋଧରେ ନାରାବାଜି କରିଛନ୍ତି । ଯାହା କୋରାପୁଟରେ କଂଗ୍ରେସ ସାଂସଦ ବନାମ ବିଧାୟକଙ୍କ ଲଢେଇକୁ ପଦାରେ ପକାଇଛି । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଁଚିଲେ ଶତାଧିକ କୋରାପୁଟ କଂଗ୍ରେସ କର୍ମୀ ।