କନକ ବ୍ୟୁରୋ : ପ୍ରଭାରୀଙ୍କ ନାଲିଆଖି ପରେ ନରମିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ତଥାପି ତୁଟିନି କୋରାପୁଟ କଂଗ୍ରେସ କଳି । ତାରାଙ୍କ ସହ ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହ ବୈଠକ କରିଛନ୍ତି ଓଡିଶା ପ୍ରଭାରୀ ଏ ଚେଲ୍ଲା କୁମାର । ଏହାପରେ ସବୁକିଛି ଠିକଠାକ ହୋଇଗଲା ବୋଲି କୁହାଯାଉଛି । ଏପରିକି ପିସିସି ସଭାପତି କତହିଛନ୍ତି କଂଗ୍ରେସରେ ଗୋଷ୍ଠୀ କନ୍ଦଳ ନାହିଁ । ଦଳ ଏକ ହୋଇ ପଂଚାୟତ ନିର୍ବାଚନ ଲଢିବ ।
ତାରାଙ୍କ ସହ ବିବାଦର ସମାଧାନ ହୋଇଥିବା କହିବା ସହ ଦଳ ପଂଚାୟତ ନିର୍ବାଚନ ଏକ ହୋଇ ଲଢିବ ବୋଲି କହୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ହେଲେ ଯେଉଁ ନେତାଙ୍କୁ ନେଇ ପୁରା ବିବାଦ ସୃଷ୍ଟି ହୋଇଥିଲା, ସେ ଏଥିରେ ସନ୍ତୁଷ୍ଟ ନୁହନ୍ତି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କହିଛନ୍ତି ବିଧାୟକ ହୋଇ ଭୁଲ କଲେ ଓ କ୍ଷମା ମାଗିଲେ ଯଦି କ୍ଷମା କରିଦିଆଯିବ ତାହାହେଲେ ଆଗାମୀ ଦିନରେ ସେ ମଧ୍ୟ ଭୁଲ କରି କ୍ଷମା ମାଗିନେବେ । ତେଣୁ ତାଙ୍କ କଥାରୁ ଅସନ୍ତୋଷ ଜଳଜଳ ବାରି ହୋଇପଡୁଛି । ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଅଧିନୀରେ ଜିଲ୍ଲାରେ କାମ କରିହେବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/20-34.jpg)