କନକ ବ୍ୟୁରୋ : ଭୋଟ ପାଇଁ ନାଚୁଛନ୍ତି ନେତା । ନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ନେତାମାନେ ମୋଟର ସାଇକେଲରେ ବୁଲି ଗାଁ ଲୋକଙ୍କ ସହ ନାଚି ନାଚି ପ୍ରଚାରରେ ମାତିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ । କୋଟପାଡ ନିର୍ବାଚନଣ୍ଡଳୀ ବୋରିଗୁମ୍ମା ବ୍ଲକର ୧୨ଟି ପଂଚାୟତର ଭାଗ୍ୟ ନିର୍ଧାରଣ କରୁଥିବା ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ଚନ୍ଦ୍ରଶେଖର ମାଝି ନିଜ କର୍ମୀଙ୍କ ସହ ବାଇକ ରାଲି କରିବା ସହ ନାଚ କରି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି । କିଛି ଦିନ ତଳେ ଜୟପୁର ବିଧାନସଭା ଆସନର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତିଙ୍କୁ ଏଭଳି ନାଚ ମାଧ୍ୟମରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଜୟପୁର ବ୍ଲକରେ ସେ ଏଭଳି ନାଚିଥିଲେ ।

Advertisment

publive-image

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଶେଷ ଦିନରେ ବିଧାନସଭା ପାଇଁ ୧୮୬ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୩୫ ଜଣ ପ୍ରାର୍ଥୀ ଲୋକସଭା ପାଇଁ ନାମାଙ୍କନ ଭରିଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୯୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ୬ଟି ଲୋକସଭା ଆସନ ପାଇଁ ୬୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।