କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଚାଲିଥିବା ବେଳେ ବଦଳିଛନ୍ତି କୋରାପୁଟର ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିପରି ମଧୁସୂଦନ ମିଶ୍ରଙ୍କ ସ୍ଥାନରେ କୋରାପୁଟର ନୂଆ ଜିଲ୍ଲାପାଳ ହୋଇଛନ୍ତି କଟକ ଡିଆରଡିଏରେ ପିଡି ଥିବା ମହମ୍ମଦ ଅବଦାଲ ଅଖତାର । ହଠାତ୍ କୋରାପୁଟ ଜିଲ୍ଲାପାଳଙ୍କ ବଦଳି କରାଗଲା, ସେନେଇ ସରକାର ସ୍ପଷ୍ଟ କରିନାହାନ୍ତି । ତେବେ କୋଟିଆରେ ପଂଚାୟତସ୍ତରୀୟ ନିର୍ବାଚନ ପାଇଁ ଆନ୍ଧ୍ରର ବିଜ୍ଞପ୍ତି ଓ ନାମାଙ୍କନ ଦାଖଲର ଖବର ଭିତରେ ଜିଲ୍ଲାପାଳଙ୍କ ବଦଳି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆନ୍ଧ୍ର-ଓଡିଶା ସୀମାନ୍ତର କୋଟିଆରେ ଆନ୍ଧ୍ର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପରେ ନାମାଙ୍କନ ଦାଖଲ କରିଛନ୍ତି ୧୫ ଜଣ । ୩ ଜଣ ସରପଂଚ ପ୍ରାର୍ଥୀ ଓ ୧୦ ଜଣ ୱାର୍ଡ ମେମମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିବାଦୀୟ ଫଗୁଣ ସିମେରି ଓ ପଟୁସିମେରି ଗାଁରୁ ଜଣେ ଲେଖାଏଁ ସରପଂଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ଓଡିଶା ଉପରେ ଆଖି । ଏସବୁ ପ୍ରଶ୍ନର ଉତର ଆସିଛି । ପ୍ରକୃତରେ ସେହି ଅଂଚଳରେ ଥିବା ମୁଲ୍ୟବାନ ଖଣିଜ ପଦାର୍ଥ ଉପରେ ଆନ୍ଧ୍ରର ନଜର ରହିଛି । ପୂର୍ବତନ ଜିଲ୍ଲାପାଳ ଏବଂ ବରିଷ୍ଠ ରାଜନେତାମାନେ କହିଛନ୍ତି, ସେହିଅଂଚଳରେ ବକ୍ସାଇଟ ଓ ହିରାପଥରର ଖଣି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/232b4b66-ec03-4337-8257-07ec29a0e2ab-750x430.jpg)