ପଛୁଆ ଅଞ୍ଚଳର ସୌଖିନ ଅଧିକାରୀ । କାର୍ଯ୍ୟାଳୟ ଓ ବାସଭବନର ସାଜସଜ୍ୱା ପାଇଁ ୫ ବର୍ଷରେ କୋଟିଏ ୨୫ ଲକ୍ଷ ଖର୍ଚ୍ଚ କରିଛନ୍ତି ଜୟପୁର ଜିଲ୍ଲାପାଳ

114

କନକ ବ୍ୟୁରୋ : କାର୍ଯ୍ୟରେ ନାହିଁ, ନିଜର ସୌଖିନ ବାସଭବନରେ ।୫ ବର୍ଷରେ ଖର୍ଚ୍ଚ ହୋଇଛି ଏକ କୋଟି୨୫ଲକ୍ଷ ଟଙ୍କା । ବର୍ଷକୁ ବର୍ଷ ସଜେଇ ହେଉଛି ଜିଲ୍ଳା ଅଧିକାରୀଙ୍କ ଭବନ । ଆଉ ସବୁ ଖର୍ଚ୍ଚ ଯାଉଛି ସରକାରୀ ପାଣ୍ଠିରୁ ।

କୋରାପୁଟ ଜିଲ୍ଲା ବିକାଶ କ୍ଷେତ୍ରରେ ବେଶ ପଛୁଆ କିନ୍ତୁ ଏଠାକାର ଜିଲ୍ଲା ଅଧିକାରୀ ସୌଖିନ କ୍ଷେତ୍ରରେ ବେଶ ଆଗୁଆ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଓ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ପୁଳା ପୁଳା ଟଙ୍କା । ଜିଲ୍ଳାରେ ଅନେକ ସରକାରୀ କର୍ମଚାରୀ ସରକାରୀ କ୍ୱାଟର୍ସରେ ରହୁଛନ୍ତି । କାହାର ଘରୁ ପାଣି ଗଳୁଛି ତ କାହାର କାନ୍ଥ ଫାଟି ଆଁ କରିଛି । ସେମାନଙ୍କ ଘର ମରାମତି ପଇସା ନାହିଁ, କିନ୍ତୁ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ସୁନ୍ଦର ରୂପ ଦେବା ନାଁରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି ମୋଟା ଅଙ୍କର ଟଙ୍କା ।

ଜିଲ୍ଳାପାଳଙ୍କ ବାସଭବନ ଓ କାର୍ଯ୍ୟାଳୟର ମରମତି୍ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏସ୍ପିଙ୍କ ବାସଭବନ ଓ କାର୍ଯ୍ୟାଳୟର ମରାମତି ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩୨ ଲକ୍ଷ ଟଙ୍କା । ଆରଟିଆଇ ତଥ୍ୟ କହୁଛି- ଗତ ୫ ବର୍ଷରେ ଜିଲ୍ଳାପାଳଙ୍କ ବାସଭବନର ମରାମତି ପାଇଁ ୪୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୪ରୁ ୧୫ରେ ୫ ଲକ୍ଷ, ୨୦୧୫ରୁ ୧୬ରେ ୪ଲକ୍ଷ ୫୦ ହଜାର ଟଙ୍କା, ୨୦୧୭ରୁ ୧୮ରେ ସାଢ଼େ ୮ ଲକ୍ଷ, ୨୦୧୮ ରୁ ୧୯ରେ ୧୨ ଲକ୍ଷ ୭୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି କୋରାପୁଟ ଜିଲ୍ଲାର ବଡ ବାବୁ । ସେହିପରି ଏସ୍ପିଙ୍କ କାର୍ଯ୍ୟାଳୟ ଓ ସରକାର ବାସଭବନ ମରାମତି ପାଇଁ ୫ ବର୍ଷରେ ଖର୍ଚ୍ଚ ହୋଇଛି ୩୧ ଲକ୍ଷ ୬୧ ହଜାର ଟଙ୍କା । କେବଳ ବାସଭବନ ପାଇଁ ୧୮ ଲକ୍ଷ ୭୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ଆଦିବାସୀ ଅଧୁଷିତ ଅଂଚଳ କୋରାପୁଟ ଜିଲ୍ଲା ସବୁ କ୍ଷେତ୍ରରେ ରାଜ୍ୟରେ ପଛୁଆ । ଜିଲ୍ଲାର ସାଧାରଣ ଗରିବ ଟିଏ ଘର ଖଣ୍ଡିଏ ପାଇଁ ସରକାରୀ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି, ତଥାପି ମିଳୁନାହିଁ । କିନ୍ତୁ ଜିଲ୍ଲାଧିକାରୀଙ୍କ ସୌଖିନ୍ ଘର ପାଇଁ କୋଟି କୋଟି ଟଙ୍କା ଖର୍ଚ ହେଉଛି ।