ବଦଳିଲେ କୋରାପୁଟ ଜିଲ୍ଲାପାଳ : ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ

44

କନକ ବ୍ୟୁରୋ : ଶେଷରେ ବଦଳିଲେ କୋରାପୁଟ ଜିଲ୍ଲାପାଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ ନେଇ ବିବାଦରେ ଥିବା ଜିଲ୍ଲାପାଳଙ୍କୁ ଆଜି ବଦଳି କରାଯାଇଛି । ଜିଲ୍ଲାପାଳ ଜୟକୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବା ପାଇଁ କୁହାଯାଇଛି । ତାଙ୍କ ସ୍ଥାନରେ ବଲାଙ୍ଗୀର ପିଡି ଡିଆରଡିଏ ଅନୁପମ ଶାହଙ୍କୁ ଦାୟିତ୍ୱ ଦିଆଯାଇଛି ।

କୋରାପୁଟ ଜିଲ୍ଲାପାଳଙ୍କ ବଦଳି ଦାବି କରି ସାରା ରାଜ୍ୟରେ ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇ ଆସିଥିଲା । ପଂଚାୟତ ନିର୍ବାଚନରେ କୋରାପୁଟର ବୋରିଗୁମ୍ମାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ କୋରାପୁଟ ଜିଲ୍ଲାପାଳ ଗୋଟିଏ ପରେ ଗୋଟିଏ  କାର୍ଯ୍ୟରତ କିରାଣୀମାନଙ୍କୁ ନିଲମ୍ବନ କରିଥିଲେ । ୧୧ଜଣ କିରାଣୀଙ୍କୁ ନିଲମ୍ବନ କରିବା ପରେ ରାଜ୍ୟର ୧୨ଟି ଜିଲ୍ଲାରେ ଅମଲାସଂଘ ଆନ୍ଦୋଳନ ଆରମ୍ଭ କରିଦେଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –