କନକ ବ୍ୟୁରୋ: ବିଶ୍ୱ କଫି ସମ୍ମିଳନୀରେ କୋରାପୁଟ ଏ ୱାନ୍ କଫିକୁ ମିଳିଛି ଫ୍ଲେବର ଅଫ ଇଣ୍ଡିଆର ମାନ୍ୟତା । ରାଜ୍ୟର ପଛୁଆ ଜିଲ୍ଲା ରୂପେ ପରିଚିତ କୋରାପୁଟ ଜିଲ୍ଲା ହେବ କଫି ହବ୍ ।ଉପକୃତ ହେବେ କଫି ଚାଷୀ ।

Advertisment

ବିଦେଶୀଙ୍କୁ ପଛରେ ପକାଇଲା ସ୍ୱଦେଶୀ କଫି । ଚାଷରେ ଆଉ ପାଦେ ଆଗକୁ ବଢ଼ିଲା କୋରାପୁଟ । ବାଙ୍ଗାଲୁରୁରେ ଆୟୋଜିତ ବିଶ୍ୱ କଫି ସମ୍ମିଳନୀରେ କୋରାପୁଟର ଆରବିକା ସେମି ୱାସଡ କଫିକୁ ମିିଳିଛି ‘ଫ୍ଲେବ ଅଫ ଇଣ୍ଡିଆ’ର ମାନ୍ୟତା । ବଜାରରେ ଏ ୱାନ୍ କଫି ରୂପେ ପରିଚିତ ଏହି କଫି ଏବେ ବିଶ୍ୱ ବଜାରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏସିଆ ମହାଦେଶରେ ପ୍ରଥମ ଥର ପାଇଁ ଭାରତର ବାଙ୍ଗାଲୁରୁରେ ସେପ୍ଟେମ୍ବର ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ସମ୍ମିଳନୀ । ବିଶ୍ୱର ୮୫ଟି ଦେଶର କଫି ଚାଷୀ ଏଥିରେ ଭାଗ ନେଇଥିଲେ । କୋରାପୁଟର ‘ଏ ୱାନ୍’ ଆରବିକା କଫିକୁ ୨୫ ଜଣିଆ ଜୁରି ସଦସ୍ୟ ମନୋନୀତ କରିଥିଲେ । ଯାହାକି କୋରାପୁଟ ଜିଲ୍ଲା ପାଇଁ ଆଣିଦେଇଛି ଆଉ ଏକ ପରିଚୟ ।

ଆଦିବାସୀ ଅଂଚଳର ଚାଷୀକୁ କଫି ଆଣିଦେଇଛି ପରିଚୟ । ଆଗକୁ ରାଜ୍ୟ ସରକାର ଅନ୍ୟା ଫସଲକୁ ଯେପରି ସହଯୋଗ କରୁଛନ୍ତି ସେହିଭଳି କଫି ଚାଷକୁ ମଧ୍ୟ ସହଯୋଗ କଲେ ଆହୁରି ବିକାଶ ହେବ ବୋଲି କହିଛନ୍ତି ଚାଷୀ ।