କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବୋରିପୁଟ ପାହାଡ ଧସିବା ଘଟଣାକୁ ୧୨ଦିନ ବିତି ଯାଇଥିଲେ ହେଁ ଚାପି ହୋଇରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇନାହିଁ। ଗତ ଦୁଇଦିନ ହେଲା ବର୍ଷା ଲାଗିରହିଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଘଟଣାସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଋବିବାର ସକାଳେ ଗୋଟିଏ ଶରୀର ଠାବ୍ କରାଯାଇଥିଲେ ମଧ୍ୟ ପଦାକୁ ବାହାର କରାଯାଇ ପାରିନଥିଲା । ତେଣୁ ଉଦ୍ଧାରରେ ନିୟୋଜିତ ଭାରତୀୟ ସେନା, ଏନ୍ଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ପୁଣି ନିୟନ୍ତ୍ରିତ ବିସ୍ଫୋରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବର୍ଷା ପରେ ଓଦା ହୋଇଯାଇଥିବା ପାହାଡରୁ ଛୋଟଛୋଟ ମାଟି ଅତଡ଼ା ସହ ପଥର ଖଣ୍ଡ ଖସୁଛି। ଯଦି ବିସ୍ଫୋରଣ କରାଯାଏ ତାହାହେଲେ ବଡ ଅତଡ଼ା ଖସିବା ସହ ବର୍ତମାନ ଘଟଣାସ୍ଥଳରେ ପଡିଥିବା ବଡ଼ବଡ଼ ପଥର ବି ଓଦା ମାଟିରେ ତଳକୁ ଦବିବାର ସମ୍ଭାବନା ରହିଛି। ଯାହାଫଳରେ ବିସ୍ଫୋରଣ ବଦଳରେ ଅନ୍ୟ ବିକଳ୍ପ ପାଇଁ ଚିନ୍ତା କରାଯାଉଥିବା ସୂଚନା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଗତକାଲି ବରିପୁଟକୁ ଆସି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଘଟଣାର ତଦନ୍ତ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/vlcsnap-2018-06-10-09h00m53s190.png)
/kanak/media/post_attachments/wp-content/uploads/2018/06/vlcsnap-2018-06-10-09h01m02s657-300x240.png)