ଆଜିଠୁ ଖୋଲିଲା କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ : ମାସ୍କ ସହ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ

67

କନକ ବ୍ୟୁରୋ : ଆଜିଠୁ ଖୋଲିଲା କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । କରୋନା କଟକଣାକୁ ମାନି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ଦେଇଛନ୍ତି ଜିଲ୍ଲାପାଳ । ହେଲେ ଗୁପ୍ତେଶ୍ୱର ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରାବଣ ମାସରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି ।

ହେଲେ ଜିଲ୍ଲାର ବାକି ସମସ୍ତ ମନ୍ଦିର ଖୋଲା ରହିବ । ମନ୍ଦିରେ ଠାକୁରଙ୍କ ଦର୍ଶନ କରିପାରିବେ ଭକ୍ତ । ହେଲେ ଭୋଗ ନନେବାକୁ ବାରଣ କରାଯାଇଛି । ମହିଳା ଓ ପୁରୁଷଙ୍କ ଅଲଗା ଅଲଗା ଧାଡ଼ି କରି ସାମାଜିକ ଦୂରତା ସହ ମାସ୍କ ପିନ୍ଧି ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ ।