ଅର୍ଥନୈତିକ ସଂକଟ ସାଜିଲା ବାଧକ । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିଦାୟ ନେଲା ‘କୁ’ ଆପ୍

152

କନକ ବ୍ୟୁରୋ : ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ଏକ୍ସର ପ୍ରତିଯୋଗୀ ଭାବେ ଆରମ୍ଭ ହୋଇଥିଲା ମାଇକ୍ରୋବ୍ଲଗିଂ ଆପ୍ କୁ । ହେଲେ ବର୍ତ୍ତମାନ ପାଇଁ କିଛି ଅର୍ଥନୈତିକ ସଂକଟ କାରଣରୁ ଏହି ଆପକୁ ବନ୍ଦ କରା ଯାଉଛି ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ପ୍ରତିଷ୍ଠାତା ଅପ୍ରମେୟ ରାଧାକୃଷ୍ନ ଓ ମୟଙ୍କ ବିଦାବକ୍ତା । କମ୍ପାନୀରେ ପାର୍ଟନରସିପ୍ ବିଫଳ ହେବା ପରେ କ୍ୟାପିଟାଲ ମାର୍କେଟର ଅଚାନକ ପରିବର୍ତ୍ତନ ଓ ହାଇ କଷ୍ଟ ଟେକ୍ନୋଲୋଜି କାରଣରୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।

ଏକ୍ସ ତୁଳନାରେ ‘କୁ’ ଆପ୍ ବହୁତ ଶୀଘ୍ର ବିଶ୍ୱ ସ୍ତରୀୟ କାମ କରି ପାରିଥିଲା । ଏହାର ଆଲଗୋରିଦମ୍ ଓ ବ୍ୟବସ୍ଥା ଉନ୍ନତ ମାନର ରହିଛି । କର୍ମଚାରୀ ମାନେ ଖୁବ୍ କାର୍ଯ୍ୟଦକ୍ଷ । ଏପରିକି ପ୍ରତିକୂଳ ପରିସ୍ଥିତିରେ ମଧ୍ୟହାତ ଛାଡିନଥିଲେ । ଏନେଇ ପ୍ରତିଷ୍ଠାତା ମାନେ ନିଜକୁ ଭାଗ୍ୟଶାଳୀ କହିବା ସହ ସୂଚନା ଦେବା ବେଳେ ଭାବୁକ ହୋଇ ପଡିଥିଲେ ।

୨୦୨୩ରେ ଅର୍ଥ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ଅନେକ କର୍ମଚାରୀ ମାନଙ୍କୁ ଛଟେଇ କରାଯାଇଥିଲା । ‘କୁ’ ଆପର ପ୍ରାୟ ୨.୧ ମିଲିୟନ ନିତିଦିନିଆ ବ୍ୟବହାରକାରୀ ଥିବା ବେଳେ ୧୦ ମିଲିଲୟନରୁ ଅଧିକ ମାସିକିଆ ବ୍ୟବହାରକାରୀ ଥିଲେ । ଯାହା ମଧ୍ୟରେ ୯୦୦୦ ରୁ ଅଧିକ ଭିଆଇପି ବ୍ୟବହାରକାରୀ ମଧ୍ୟ ରହିଥିଲେ । ୨୦୨୦ରେ ଆରମ୍ଭ ହୋଇଥିବା ‘କୁ’ ଆପ୍ ଏକ ଭାଷା ଭିତ୍ତିକ ସୋସିଆଲ ମିଡିଆ ଥିଲା । ଏଥିରେ ପ୍ରାୟ ୧୦ରୁ ଅଧିକ ଭାଷାର ବ୍ୟବହାର କରି ଲୋକାମାନେ ନିଜ ବିଚାର ବ୍ୟକ୍ତ କରି ପାରୁଥିଲେ । ପରିସ୍ଥିତିରେ ପଡି ବନ୍ଦ କରାଯାଇଛି ହେଲେ ଉଦ୍ୟୋଗପତି ହିସାବରେ ଖୁବ୍ ଶୀଘ୍ର ମାର୍କେଟକୁ ନୂଆ ରୂପରେ ଫେରିବେ ବୋଲି ସଂକେତ ଦେଇଛନ୍ତି ‘କୁ’ ଆପ୍ ପ୍ରତିଷ୍ଠାତା ।