ପାଠପଢା ଛାଡି ବଣଭୋଜିରେ ମାତିଲେ ଶିକ୍ଷକ । ସାମ୍ନାକୁ ଆସିଲା ପୁରୀ ଜିଲ୍ଲା ଗୋପ ବ୍ଲକର ୭୦ରୁ ଅଧିକ ଶିକ୍ଷକ ଓ ଶିକ୍ଷାଅଧିକାରୀ ମୌଜ ମସ୍ତିର ଚିତ୍ର

ପାଠପଢା ଛାଡି ବଣଭୋଜିରେ ମାତିଲେ ଶିକ୍ଷକ । ସାମ୍ନାକୁ ଆସିଲା ପୁରୀ ଜିଲ୍ଲା ଗୋପ ବ୍ଲକର ୭୦ରୁ ଅଧିକ ଶିକ୍ଷକ ଓ ଶିକ୍ଷାଅଧିକାରୀ ମୌଜ ମସ୍ତିର ଚିତ୍ର

କନକ ବ୍ୟୁରୋ: ଶିକ୍ଷାଦାନ ଛାଡି ଭୋଜିଭାତରେ ମସଗୁଲ ଶିକ୍ଷକ ଓ ଶିକ୍ଷାଧିକାରୀ । ଏଭଳି ଚିତ୍ର ଆସିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅଂଚଳରୁ । ଜଣେ, ଦି ଜଣ ନୁହନ୍ତି ଶିକ୍ଷା ଅଧିକାରୀଙ୍କ ସମେତ ୭୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ କରିଛନ୍ତି ବଣଭୋଜି । କୋଣାର୍କ ଭଗବତୀଙ୍କ ପୀଠରେ ଏକାଠି ମଉଜ ମସ୍ତିରେ ମସଗୁଲ ଥିଲେ ସମସ୍ତେ । ତେବେ ପାଠପଢା ସମୟରେ ଏଭଳି ବଣଭୋଜି କଣ ଗ୍ରହଣୀୟ ? ମନିଟରିଂ ନାଁରେ ମଉଜ ମସ୍ତି କେତେ ଯୁକ୍ତିଯୁକ୍ତ? ଅନ୍ୟ ଛୁଟି ଦିନରେ ବଣଭୋଜି କରାଯାଇ ପାରି ନଥାନ୍ତା କି ? ସେପଟେ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

publive-image

ସୂଚନା ଅନୁସାରେ, ଗୋପ ବ୍ଲକ ର ଶିକ୍ଷା ଅଧିକାରୀ, ୨ ଜଣ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ସମେତ ୭୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀମାନେ କୋଣାର୍କ ଭାଗବତୀଙ୍କ ପୀଠରେ ବଣ ଭୋଜିରେ ମସଗୁଳୁ ଥିବା ଦେଖିବାଜୁ ମିଳିଥିଲା। ତେବେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଏତେ ସଂଖ୍ୟକ ଶିକ୍ଷକ , ସ୍କୁଲ ବନ୍ଦ କରିବା ସହ ପିଲାମାନଙ୍କ ଶିକ୍ଷା ଦାନକୁ ବ୍ୟାଘାତ କରି କିଭଳି ବଣ ଭୋଜିରେ କଲେ ତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଘଟଣା ସ୍ଥଳରେ ଗଣମାଧ୍ୟମ ପହଞ୍ଚିବା ପରେ ବିଇଓଙ୍କର ହାଲତ ଖରାପ ହୋଇଯାଇଥିଲା ବିଭିନ୍ନ ବାହାନା ଦେଖାଇ ଏନେଇ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe