ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ । ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ।

ବାତ୍ୟା ଫୋନିର ତାଣ୍ଡବରେ ନଷ୍ଟ ହୋଇଯାଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟତା

225

କନକ ବ୍ୟୁରୋ : ବାତ୍ୟା ଫୋନିର ତାଣ୍ଡବରେ ନଷ୍ଟ ହୋଇଯାଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟତା । ବାତ୍ୟା ଫୋନିର କରାଳ ରୂପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ମନ୍ଦିର ପରିସର । ତେଣୁ ଗତ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା କୋଣାର୍କ ମନ୍ଦିର । ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ।

ହେଲେ ଏବେ ମେସିନ୍ ଟିକେଟ ଜରିଆରେ ନୁହେଁ ବରଂ ମାନୁଆଲ୍ ଟିକେଟରେ ମନ୍ଦିର ଭିତରକୁ  ପର୍ଯ୍ୟଟକଙ୍କୁ  ଯିବାକୁ ପଡ଼ୁଛି । ଗତ ୩ ତାରିଖରେ ବାତ୍ୟା ‘ଫୋନି’ ପ୍ରଭାବରେ ମନ୍ଦିର ପରିସର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା । ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଫଳରେ କୋଣାର୍କ ମନ୍ଦିର ସୌନ୍ଦର୍ଯ୍ୟ ହରାଇଥିଲା ବୋଲି ଜଣାଯାଇଛି। । ଏହା ଭିତରକୁ ପର୍ଯ୍ୟଟକଙ୍କୁ ଛଡ଼ା ଯାଉ ନଥିଲା । ଏଣୁ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିଲା ବୋଲି ଏଏସ ଆଇ ଡିଜି କହିଛନ୍ତି । ଆଜି କୋଣାର୍କ ମନ୍ଦିର ଖୋଲିବାପରେ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।