କନକ ବ୍ୟୁରୋ: କୋଣାର୍କକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକଙ୍କ ଫଟୋ ଉଠାଇ ବେଶ ଭଲ ଦିପଇସା ରୋଜଗାର କରିଥାନ୍ତି ସ୍ଥାନୀୟ ଅଂଚଳର ପ୍ରାୟ ୨ଶହ ଫଟୋଗ୍ରାଫର । କିନ୍ତୁ କରୋନା ଯୋଗୁଁ ବନ୍ଦ ରହିଛି କୋଣାର୍କ । ବନ୍ଦ ଥିବାରୁ କେହି ପର୍ଯ୍ୟଟକ ଆସୁନାହାଁନ୍ତି । ଫଳରେ ଫଟୋଗ୍ରାଫି ଉପରେ ନିର୍ଭର କରୁଥିବା ଫଟୋଗ୍ରାଫରଙ୍କ ଜୀବିକା ପ୍ରଭାବିତ ହୋଇଛି । ମାସ ମାସ ଧରି ରୋଜଗାର ହରାଇବା ପରେ ସେମାନଙ୍କ ପକ୍ଷରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ପରିସ୍ଥିତି ଅତି ଦୟନୀୟ ହେବାରୁ ଶେଷରେ ଫଟୋ ଗ୍ରାଫରମାନେ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିବା ଦେଖିବାକୁ ମିଳିଛି ।
ସେହିପରି ପୁରୀ ବେଳାଭୂମିରେ ଓଟ କିମ୍ବା ଘୋଡା ଉପରେ ବସି ବୁଲିବାର ମଜା ନିଆରା । କିଛି ସମୟ ପାଇଁ ହେଉ ପଛେ ଘୋଡା କିମ୍ବା ଓଟ ପିଠିରେ ବସି ବେଳାଭୂମି ବୁଲି ମଜା ନେଇଥାନ୍ତି ପର୍ଯ୍ୟଟକ । ହେଲେ, କରୋନା କଟକଣା ଯୋଗୁଁ ବେଳାଭୂମି ବନ୍ଦ ରହିଛି । କୌଣସି ପର୍ଯ୍ୟଟକଙ୍କୁ ବେଳଭୂମିକୁ ଆସିବାକୁ ଅନୁମତି ନାହିଁ । ଫଳରେ ଘୋଡା ଓ ଓଟକୁ ନେଇ ପେଟ ପୋଷୁଥିବା ଲୋକ ହାତ ବାନ୍ଧି ବସିଛନ୍ତି । ରୋଜଗାର ନଥିବାରୁ କେମିତି ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ପୁଣି ଓଟ ଓ ଘୋଡାଙ୍କୁ ଦାନା ଦେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିଛି । କେବଳ ଫଟୋଗ୍ରାଫର କି ଘୋଡା ମାଲିକ ନୁହଁନ୍ତି ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଛୋଟ ଛୋଟ ବ୍ୟବସାୟୀଙ୍କ ଜୀବିକା ଉଜାଡି ଦେଇଛି କରୋନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/vlcsnap-2021-06-27-19h55m32s462.png)