କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ । ମେ’ ମାସ ୧୫ ତାରିଖ ଯାଏଁ ବନ୍ଦ ରହିବ କୋଣାର୍କ, ରାଜାରାଣୀ ମନ୍ଦିର ଆଦି ପର୍ଯ୍ୟଟନ ସ୍ଥଳ

କରୋନା ସଂକ୍ରମଣ ଯୋଗୁଁ ସମସ୍ତ କୀର୍ତିରାଜିକୁ ବନ୍ଦ କଲା ଏଏସଆଇ । ମେ’ ମାସ ୧୫ ତାରିଖ ଯାଏଁ ବନ୍ଦ ରହିବ କୋଣାର୍କ, ରାଜାରାଣୀ ମନ୍ଦିର ଆଦି ପର୍ଯ୍ୟଟନ ସ୍ଥଳ

କନକ ବ୍ୟୁରୋ : ଆଜିଠାରୁ ମେ ୧୫ ତାରିଖ ବା ପରବର୍ତୀ ନିଷ୍ପତି ଯାଏଁ ବନ୍ଦ ରହିବ ଦେଶର ସମସ୍ତ ଏଏସଆଇ ନିୟନ୍ତ୍ରିତ କାର୍ତିରାଜୀ, ସାଇଟ୍ ଓ ମ୍ୟୁଜିଅମ୍ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ–ଏଏସଆଇ ଏଭଳି ନିଷ୍ପତି ନେଇଛି । ଏନେଇ ସମସ୍ତ ଆଂଚଳିକ କାର୍ଯ୍ୟାଳୟକୁ ଜଣାଇ ଦିଆ ଯାଇଛି । ତେଣୁ ରାଜ୍ୟରେ ଥିବା ଏଏସଆଇ ନିୟନ୍ତ୍ରିତ ସମସ୍ତ କାର୍ତିରାଜି, ସ୍ଥଳ ଓ ମ୍ୟୁଜିଅମ୍ ମଧ୍ୟ ଆସନ୍ତାକାଲିଠାରୁ ବନ୍ଦ ରହିବ । କୋଣାର୍କ, ଖଣ୍ଡଗିରି, ରତ୍ନଗିରି, ରାଜାରାଣୀ ମନ୍ଦିର ଭଳି ଭାରତୀୟ ପ୍ରତ୍ନତତ୍ୱ ସର୍ଭେ ନିୟନ୍ତ୍ରିତ କିର୍ତୀରାଜୀ ବନ୍ଦ ରହିବ ।

ପୁଣିଥରେ କରୋନା କଟକଣା ଫେରିଛି। ଶୁକ୍ରବାରଠାରୁ କୋଣାର୍କରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଚିଠି ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋଣାର୍କ ମନ୍ଦିରରେ କଟକଣା ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି ‌ଶେଷ ହୋଇଛି । ଏ ସମ୍ପର୍କରେ ସମସ୍ତ କର୍ମଚାରୀଙ୍କୁ ବି ଅବଗତ କରାଯାଇଛି । ଆଜିଠାରୁ କୋଣାର୍କ ଫାଟକରେ ତାଲା ପକାଇବାକୁ ନିଷ୍ପତ୍ତି ହୋଇଛି । ସେପଟେ ଆଜିଠାରୁ କୋଣାର୍କ ବଜାର ଓ ଅନ୍ୟ ସ୍ଥାନମାନଙ୍କରେ ପୁଲିସ ପକ୍ଷରୁ ନାଇଟ୍‌ କର୍ଫ୍ୟୁ ପାଇଁ ପୁଲିସ ଡାକବାଜି ଜରିଆରେ ପ୍ରଚାର କରିବା ଆରମ୍ଭ କରିଛି । ଆସନ୍ତାକାଲିଠାରୁ ରାତି ୯ଟାରୁ ଦୋକାନ ବଜାର ବନ୍ଦ ପାଇଁ ‌ପ୍ରଚାର କରାଯାଇଛି ।

ରାଜ୍ୟରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା କଟକଣା । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ରହିଛି ସ୍ୱତନ୍ତ୍ର ନଜର । ଫେରୁଥିବା ପ୍ରବାସୀଙ୍କ ପାଇଁ ମଧ୍ୟ ପୂର୍ବରୁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଏବେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ପର୍ଯ୍ୟଟନ ସ୍ଥଳି ମାନଙ୍କରେ କଟକଣା ଲଗାଇଛନ୍ତି ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe