କନକ ବ୍ୟୁରୋ : କୋଣାର୍କର ବିସ୍ତୀର୍ଣ୍ଣ ବେଳାଭୂମିରେ ଚାଲିଛି ବାଲୁକା କଳା ପ୍ରତିଯୋଗୀତା । ଗତକାଲିଠାରୁ ଆରମ୍ଭ ହୋଇଥିବା ଷଷ୍ଠତମ ବାଲୁକା କଳା ଉତ୍ସବ ୫ ଦିନ ଧରି କରାଯିବ । ଏଥିରେ ଦେଶ ବିଦେଶର ବହୁ ପ୍ରତିଯୋଗୀ ସାମିଲ ହୋଇଛନ୍ତି ।
ଏହି ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବରେ ୫ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି । ଇଂଲଣ୍ଡ, ନେଦରଲ୍ୟାଣ୍ଡ, ଆମେରିକା, ସିଙ୍ଗାପୁର ଓ ଋଷିଆର ୫ ଜଣ ପ୍ରତଯୋଗୀ ଏଥିରେ ସାମିଲ ହୋଇ ଟନଟନ ବାଲିରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେହିଭଳି ୨ ଜଣ ଭିନ୍ନକ୍ଷମ ବାଲୁକା ଶିଳ୍ପୀ ବାଲୁକା କଳା ପ୍ରତିଯୋଗୀତାରେ ସାମିଲ ହୋଇ ଉଦାହରଣ ସୃଷ୍ଟି ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-02-09h48m21s619.png)