କୋଣାର୍କରେ ଘନକୁହୁଡି । ପ୍ରବଳ କୁହୁଡି ଯୋଗୁଁ ମନ୍ଦିର ହେଲାନି ଦୃଶ୍ୟମାନ

65

କନକ ବ୍ୟୁରୋ : ରାତି ଆସିଲା ଦିନ ୪ଟାରେ । ଗୁରୁବାର ସନ୍ଧ୍ୟା ସମୟରେ କୋଣାର୍କ ଅଂଚଳରେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣ ସହଜରେ ବିଶ୍ୱାସ କରିପାରିବେନି । ଚାରିଆଡେ ଆଚ୍ଛାଦିନ ହୋଇ ରହିଛି କୁହୁଡି । କୁହୁଡିର ଆସ୍ତରଣ ଏପରି ରହିଛି ଯେ ମୁହଁ କୁ ମୁହଁ ଦେଖାଯାଉନି ।

ସ୍ଥିତି ଏପରି ହୋଇଥିଲା ଯେ କୋଣାର୍କରେ ଲାଇଟ-ସାଉଣ୍ଡ ସୋକୁ ବନ୍ଦ କରିବାକୁ ପଡିଥିଲା । ପର୍ଯ୍ୟଟକମାନେ ଭଲ ଭାବରେ କୋଣାର୍କ ଦର୍ଶନ ମଧ୍ୟ କରିପାରିନଥିଲେ । ସେପରି ଅସ୍ତରଙ୍ଗରେ ବି ଅପରାହ୍ନ ୪ଟା ସମୟରେ ମାଡି ଆସିଥିଲା କୁହୁଡି । ଚାରିଆଡେ ଖାଲି ଧୂଆଁ ଧୂଆଁ । କିଛି ସମୟ ପାଇଁ ଲାଗିଥିଲା ଅପରାହ୍ନରେ ଆସିଯାଇଛି ରାତି ।