ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୂର୍ଯ୍ୟ ଉପାସନା ।

142

କନକ ବ୍ୟୁରୋ: ସରିଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ ଦିନ ଧରି ଚାଲିଥିବା ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ ଗତକାଲି ଶେଷ ହୋଇଛି । ଶେଷ ସଂଧ୍ୟାର ପ୍ରଥମ ଅର୍ଘ୍ୟରେ ଭୁବନେଶ୍ୱର ଗୀତ ଗୋବିନ୍ଦ ଟ୍ରଷ୍ଟ ପକ୍ଷରୁ ଗୁରୁ କୁମକୁମ୍ ମହାନ୍ତି ମଂଚସ୍ଥ କରିଥିଲେ ଓଡ଼ିଶୀ ନୃତ୍ୟ । ଏହା ପରେ ଦ୍ୱିତୀୟ ଅର୍ଘ୍ୟରେ କୋଲକାତାର ଲୁନା ପୋଦାର ଓ ସାଥୀ କଳାକାର କଥକ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ସୂର୍ଯ୍ୟ ଉପାସନା ଆଧାରିତ ଅଭନୟ ସୂଯ୍ୟ ଜ୍ୟୋତି ଓ ରସରୂପ ରଙ୍ଗର କଳାତ୍ମକ ନିବେଦନ ରଙ୍ଗ ବସନ୍ତ ବେଶ୍ ମନଛୁଆଁ ହୋଇଥିଲା । ଶେଷ ସଂଧ୍ୟାରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ ।