ଡିସେମ୍ବରରୁ ଆରମ୍ଭ ହେବ କୋଣାର୍କ ନୃତ୍ୟ ମହୋତ୍ସବ । ମୁକ୍ତ ଆକାଶରେ ଝଲସିବ ରଙ୍ଗମଞ୍ଚ

178

ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ନୃତ୍ୟ ମହୋତ୍ସବ । ମୁକ୍ତ ଆକାଶରେ ଝଲସିବ ରଙ୍ଗମଞ୍ଚ । ଏହା ସହ ବାଲୁକା କଳାର ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଡିସେମ୍ବର ୫ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ ।

ଡିସେମ୍ବର ୧ ରୁ ମୁକ୍ତକାଶ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ଦର୍ଶକ । ଏଥିରେ ଓଡିଶୀ ନୃତ୍ୟ ସହ ଭରତ ନାଟ୍ୟମ, କୁଚିପୁଡି, ମଣିପୁରୀ, ମୋହିନୀ ନାଟ୍ୟମ୍ ର ମନୋଲୋଭା ନୃତ୍ୟକୁ ଦେଖିବେ ଦର୍ଶକ । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ସାଜିବେ ଇଣ୍ଡୋନେସିଆର ବାଲିକନ ଦଳଗତ ନୃତ୍ୟ । ସେହିପରି ଚନ୍ଦ୍ରଭାଗା କୂଳରେ ଆୟୋଜିତ ହେବ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରର ମୋଟ ୧୨୩ ଜଣ ବାଲୁକା ଶିଳ୍ପୀ ଯୋଗ ଦେବେ । ପ୍ରତିବର୍ଷ ପରି ଓଡିଶାର କଳାକାରଙ୍କୁ ମଧ୍ୟ ମଞ୍ଚରେ ଦେଖିବାକୁ ମିଳିବ ।  କୋଣାର୍କ ମହୋତ୍ସବ ପାଇଁ ଗତକାଲି ଲୋକସଭାରେ ବୈଠକ ବସିଥିଲା । ବୈଠକରେ ଅଧ୍ୟକ୍ଷତା କରିଥିଲା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରପାଠୀ । ଆଶା କରାଯାଉଛି ପ୍ରତି ବର୍ଷପରି ଏହିବର୍ଷ ମଧ୍ୟ ଶିତୁଆ ସଂନ୍ଧ୍ୟାରେ ଗରମ ମାହୋଲ କରିବ କୋଣାର୍କ ମହୋତ୍ସବ ।