ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ନୃତ୍ୟ ମହୋତ୍ସବ । ମୁକ୍ତ ଆକାଶରେ ଝଲସିବ ରଙ୍ଗମଞ୍ଚ । ଏହା ସହ ବାଲୁକା କଳାର ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଡିସେମ୍ବର ୫ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ ।
ଡିସେମ୍ବର ୧ ରୁ ମୁକ୍ତକାଶ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ଦର୍ଶକ । ଏଥିରେ ଓଡିଶୀ ନୃତ୍ୟ ସହ ଭରତ ନାଟ୍ୟମ, କୁଚିପୁଡି, ମଣିପୁରୀ, ମୋହିନୀ ନାଟ୍ୟମ୍ ର ମନୋଲୋଭା ନୃତ୍ୟକୁ ଦେଖିବେ ଦର୍ଶକ । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ସାଜିବେ ଇଣ୍ଡୋନେସିଆର ବାଲିକନ ଦଳଗତ ନୃତ୍ୟ । ସେହିପରି ଚନ୍ଦ୍ରଭାଗା କୂଳରେ ଆୟୋଜିତ ହେବ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରର ମୋଟ ୧୨୩ ଜଣ ବାଲୁକା ଶିଳ୍ପୀ ଯୋଗ ଦେବେ । ପ୍ରତିବର୍ଷ ପରି ଓଡିଶାର କଳାକାରଙ୍କୁ ମଧ୍ୟ ମଞ୍ଚରେ ଦେଖିବାକୁ ମିଳିବ । କୋଣାର୍କ ମହୋତ୍ସବ ପାଇଁ ଗତକାଲି ଲୋକସଭାରେ ବୈଠକ ବସିଥିଲା । ବୈଠକରେ ଅଧ୍ୟକ୍ଷତା କରିଥିଲା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରପାଠୀ । ଆଶା କରାଯାଉଛି ପ୍ରତି ବର୍ଷପରି ଏହିବର୍ଷ ମଧ୍ୟ ଶିତୁଆ ସଂନ୍ଧ୍ୟାରେ ଗରମ ମାହୋଲ କରିବ କୋଣାର୍କ ମହୋତ୍ସବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/Konark-festival1-1.jpg)
/kanak/media/post_attachments/wp-content/uploads/2019/11/internationalodissidancefestival-min-1024x524-300x154.jpg)