ଆସୁଛି ବାତ୍ୟା ୟାସ : ଉପକୂଳିଆ ଅଂଚଳରେ ପ୍ରସ୍ତୁତି ଜୋରଦାର; ମତ୍ସ୍ୟଜୀବୀକୁ ସମୁଦ୍ରକୁ ଯିବାକୁ ବାରଣ କଲା ପ୍ରଶାସନ

1,593

କନକ ବ୍ୟୁରୋ : ଆସୁଛି ବାତ୍ୟା ୟାସ । ତେଣୁ ଉପକୂଳିଆ ଅଂଚଳରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋଣାର୍କ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଉଛି । ବିଶେଷ କରି ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପ୍ରଶାସନ ।

ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ରହିବ ଏବଂ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ ତାହା ଜଣାପଡିନାହିଁ । କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ଏବଂ ଯାଇଥିବା ଲୋକେ ଫେରିଆସିବା ପାଇଁ ପ୍ରଶାସନ ଚେତାବନୀ ଦେଇଛି । ଅନ୍ୟ ପକ୍ଷରେ କୋଣାର୍କ ପ୍ରଶାସନ ଓ ଗୋପ ବ୍ଲକ ବିଡିଓ ଦିପ୍ତୀରାଣୀ ଦାଶ ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି । ସେହପରି କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରଭାଗା ନୋଳିଆ ସାହିରେ ସମୁଦ୍ରକୁ ନଯିବା ପାଇଁ ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ।