ସୁପର ସଣ୍ଡେର ସୁପର ଫାଇଟ୍ ! କୋଲକାତା ବନାମ ମୁମ୍ବାଇ ହାଇଭୋଲଟେଜ୍ ଲଢେଇ, କିଏ ମାରିବ ବାଜି ?

85

କନକ ବ୍ୟୁରୋ : ସୁପର ସଣ୍ଡେର ସୁପର ମୁକାବିଲା । ଆଇପିଏଲର ୪୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତାର ଐତିହାସିକ ଇଡେନ୍ ଗାଡେନ୍ ଠାରେ ରାତି ୮ଟାରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ । ତେବେ ସବୁଠାରୁ ବଡ କଥା ହେଉଛି ଚଳିତ ଥର ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ବି ଗତ କିଛି ମ୍ୟାଚରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କେକେଆର । କ୍ରମାଗତ ଷଷ୍ଠ ପରାଜୟ ସହ ଏବେ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି କୋଲକାତା ।

ସେପଟେ ମୁମ୍ବାଇ ଉପଯୁକ୍ତ ରଣନୀତି କରୁଥିବା ବେଳେ ଅନ୍ୟ ଟିମକୁ ମାତ୍ ଦେଇ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଆଜି ମ୍ୟାଚ୍ ଜିତିବାରେ ଯଦି ରୋହିତ ବାହିନୀ ସଫଳ ହୁଏ ତେବେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଯିବା ସହ ପ୍ଲେ-ଅଫ୍ ଆଡକୁ ଗୋଟିଏ ପାଦ ଆଗକୁ ବଢାଇବ ମୁମ୍ବାଇ । ଦୁଇ ଦଳରେ ତାରକା ଖେଳାଳୀ ରହିଥିବାରୁ ଆଜି ଏକ ଦମଦାର ମୁକାବିଲା ଦେଖିବାକୁ ମିଳିବ । ତେବେ ଆଜି ମ୍ୟାଚରେ ସମସ୍ତଙ୍କ ନଜର ରହିବ ରୋହିତ ଶର୍ମାଙ୍କ ଉପରେ । କାରଣ ଇଡେନ୍ ଗାର୍ଡେନରେ ରୋହିତ ଅନେକ ରେକର୍ଡ ନିଜ ନାମରେ କରିସାରିଛନ୍ତି ।

ସମ୍ଭାବ୍ୟ ଦଳ : (ମୁମ୍ବାଇ) : ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟକ୍ ଡିକକ୍, ସୂର୍ଯ୍ୟ କୁମାର ଯାଦବ, ଇଷାନ କିଷାନ, କୃର୍ଣ୍ଣାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ଲସିଥ୍ ମାଲିଙ୍ଗା, ଯଶପ୍ରିତ ବୁମରା, ରାହୁଲ ଚହର, ମିଚେଲ୍ ମ୍ୟାକକ୍ଲେନାଗନ୍ ।

ସମ୍ଭାବ୍ୟ ଦଳ (କୋଲକାତା) : ଦିନେଶ କାର୍ତ୍ତିକ (ଅଧିନାୟକ), କ୍ରିସ୍ ଲିନ୍, ସୁନୀଲ ନାରିନ୍, ଶୁଭମାନ୍ ଗିଲ୍, ନିତିଶ ରାଣା, ଆନ୍ଦ୍ରେ ରସେଲ, କାର୍ଲୋସ ବ୍ରେଥୱେଟ୍, ପିୟୁଷ ଚାୱଲା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ୟାରା ପୃଥ୍ୱୀରାଜ୍ ।