କୋଲକାତାରୁ ଭୁବନେଶ୍ୱର: ‘କଫ୍ ସିରପ୍’ର ବେଆଇନ କାରବାର, କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି ବ୍ୟବହାର

153

କନକ ବୁାରୋ: ରାଜଧାନୀରେ ବଢୁଛି ବେୟାଇନ କଫସିରପ୍ କାରବାର । କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି କଫ୍ସିରପ୍ ବ୍ୟବହାର । କୋଲକାତାରୁ ଭୁବନେଶ୍ୱର ବେଆଇନ ଚାଲଣ ହେଉଥିବା ବେଳେ ୧୬୮୦ ବୋତଲ କଫସିରଫ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ବେଆଇନ କାରବାରର ମୁଖ୍ୟକୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରିଛି ପୁଲିସ ।

ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର କଫ୍ ସିରପ୍ର ଅସଲ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାଶ ପାଇଁ ଏହା ବ୍ୟବହାର ହୁଏ ବୋଲି ସମସ୍ତେ ଜାଣିନ୍ତି, କିନ୍ତୁ ଅନେକ ଜାଣିନଥିବେ ନିଶା ପାଇଁ ଏହାର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଆଜି ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ଜବତ କରିଛି ଭୁବନେଶ୍ୱର ପୁଲିସ ।

ବସରେ କୋଲକାତାରୁ ଭୁବନେଶ୍ୱର ଅଣା ଯାଉଥିବା ବେଳେ ଚଢ଼ାଉ କରି ୧୬୮୦ ବୋତଲ କଫ୍ ସିରପ୍ ଜବତ କରିଛି ନୟାପଲ୍ଲୀ ପୁଲିସ । ଭୁବନେଶ୍ୱର ଗାଡ଼କଣାର ଜଗନ୍ନାଥ ଜେନା, ଖୋର୍ଦ୍ଧା ବେଗୁନିଅ।। ଅନୀଲ ନାୟକଙ୍କୁ ଗିରଫ କରାଯାଇଛି । ପେଟି ପେଟି କଫସିରପ୍ ଭୁବନେଶ୍ୱରକୁ କିଏ ଆଣିଥିଲା, କେଉଁ ଆଡକୁ ଯାଇଥାନ୍ତା, ତା’ର ଖୋଳତାଡ଼ ଆରମ୍ଭ ହୋଇଛି । ଦୁଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ କୋଲକାତା ଓ ଅହମ୍ମଦାବାଦରୁ ଏହା ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହା ଚାଲାଣ କରାଯାଉଛି ।

ଗତବର୍ଷ ଏପ୍ରିଲ ମାସରେ ୪୦ ଲକ୍ଷରୁ ଅଧିକ ଟଙ୍କାର କଫ୍ ସିରପ୍ ଜବତ କରିଥିଲା ପୁଲିସ । କଫ୍ ସିରପ୍ ଅପେକ୍ଷାକୃତ ଶସ୍ତା ହୋଇଥିବାରୁ ବିକଳ୍ପ ନିଶା ଭାବେ ବ୍ୟବହାର କରୁଛନ୍ତି ଯୁବପିଢ଼ି । ଯେଉଁଠି କଫ୍ ସିରପ୍ ତିଆରି ହେଉଛି, ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଉଛି କମିସନରେଟ୍ ପୁଲିସର ସ୍ପେଶାଲ୍ ଟିମ୍ । ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା ।