ନୀତିଶ ରାଣାଙ୍କ ଦମଦାର ବ୍ୟାଟିଂ । ୧୭୨ ରନ କଲା କୋଲକାତା । ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ

95

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ନୀତିଶ ରାଣାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ କୋଲକାତା ୧୭୨ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଚେନ୍ନାଇ ଆଗରେ ଏବେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ । ଏହି ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତାର ବ୍ୟାଟ୍ସମ୍ୟାନ ପାଳି ଆରମ୍ଭ କରିଥିଲେ । କୋଲକାତାର ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ନୀତିଶ ରାଣା ୮୭, ଶୁଭମନ ଗିଲ ୨୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓି୍ୱକେଟ ହରାଇ ୧୭୨ ରନ କରିଥିଲା ।

ଏବେ ୧୭୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଚେନ୍ନାଇ ଦଳ । ଚେନ୍ନାଇରେ ଡୁ ପ୍ଲେସିସ, ଋତୁରାଜ ଗାଏକ୍ୱାର୍ଡ, ସାମ କୁରାନ, ଅମ୍ବାତି ରାଇଡୁଙ୍କ ଭଳି ଖେଳାଳି ରହିଛନ୍ତି ।