ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷା କଲା କୋଲକାତା । ଶୁଭମାନ, ଲିନ୍ ଓ ରସେଲଙ୍କ ଦମଦାର ଅର୍ଦ୍ଧଶତକ, ମୁମ୍ବାଇ ଆଗରେ ୨୩୩ ରନର ଟାର୍ଗେଟ୍ ।

159

କନକ ବ୍ୟୁରୋ : ଐତିହାସିକ ଇଡେନ୍ ଗାର୍ଡେନରେ ଛକା ଚୌକାର ବର୍ଷା କରିଛି କୋଲକାତା ନାଇଟ୍ ରାଇଡର୍ସ । ସୁପର ସଣ୍ଡେର ସୁପର ମୁକାବିଲା । ଆଇପିଏଲର ୪୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୨୩୨ ରନ୍ ସଂଗ୍ରହ କରିଛି କୋଲକାତା ।

ପ୍ରଥମରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା କୋଲକାତା । କ୍ରିସ୍ ଲିନ୍ ୨୯ଟି ବଲରୁ ୨ଟି ଛକା, ୮ଟି ଚୌକା ବଳରେ ୫୪ ରନ୍ କରିଛନ୍ତି । ସେହିପରି ଶୁଭମାନ୍ ଗିଲ୍ ୪୫ଟି ବଲରୁ ୪ଟି ଛକା ଏବଂ ୬ଟି ଚୌକା ବଳରେ ୭୬ ରନ୍ କରିଛନ୍ତି । ତେବେ ପୁଣି ଥରେ ଦମ୍ ଦେଖାଇଛନ୍ତି ଆନ୍ଦ୍ରେ ରସେଲ୍ । ସେ ୪୦ଟି ବଲରୁ ୮ଟି ବିଶାଳ ଛକା ଏବଂ ୬ଟି ଚୌକା ବଳରେ ୮୦ ରନ୍ ସଂଗ୍ରହ କରିଛନ୍ତି ।