ସୁନୀଲ ନାରିନଙ୍କ ବିସ୍ଫୋରକ ବ୍ୟାଟିଂ । ୧୯୪ କଲା କୋଲକାତା । ଦିଲ୍ଲୀ ଆଗରେ ୧୯୫ ଟାର୍ଗେଟ । 

302

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ସୁନୀଲ ନାରିନ ଓ ନିତୀଶ ରାଣାଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦଳ ୧୯୪ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । କୋଲକାତା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ହେଲେ ଶେଷରେ ସୁନୀଲ ନାରିନ ଓ ନିତୀଶ ରାଣା ଦମଦାର ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ନାରିନ ୬୪ ଓ ନିତୀଶ ୮୧ ରନ କରିଥିଲେ । ଫଳରେ କୋଲକାତା ୨୦ ଓଭରରେ ୬ ୱିକେଟ ହରାଇ ୧୯୪ କରିପାରିଛି ।

ଏବେ ଦିଲ୍ଲୀ ୧୯୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଦିଲ୍ଲୀରେ ପୃଥୀ ଶ, ଶିଖର ଧୱନ, ରିଷବ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଛନ୍ତି ।