ମୋର୍ଗାନଙ୍କ ରୋମାଞ୍ଚକର ଅର୍ଦ୍ଧଶତକ । ୧୯୧ ରନ କଲା କୋଲକାତା । ରାଜସ୍ଥାନ ଆଗରେ ୧୯୨ ରନ ଟାର୍ଗେଟ 

184

କନକ ବ୍ୟୁରୋ : ଆଜିର ମ୍ୟାଚରେ ଇୟନ ମୋର୍ଗାନଙ୍କ ରୋମାଞ୍ଚକର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ କୋଲକାତା ଏହି ମ୍ୟାଚରେ ୧୯୧ ରନ କରିବାରେ ସକ୍ଷମ ହୋଇଛି । ଏବେ ରାଜସ୍ଥାନ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଉଭୟ ଏହି ମ୍ୟାଚରେ ଜିତିବାକୁ ପ୍ରୟାସ ଜାରି ରଖିଛନ୍ତି ।

ରାଜସ୍ଥାନ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥଲା । ଫଳରେ କୋଲକାତା ବ୍ୟାଟିଂ ଆରମ୍ଭ କରିଥିଲା । କୋଲକାତା ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରିନଥିଲା । ହେଲେ ପରେ ମୋର୍ଗାନ ଚମତ୍କାର ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ମୋର୍ଗାନ ୬୮, ରାହୁଲ ତ୍ରୀପାଠୀ ୩୯ ଓ ଶୁଭମନ ଗିଲ ୩୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୯୧ ରନ କରିବାରେ ସକ୍ଷମ ହୋଇଛି ।

ଏବେ ୧୯୨ ରନର ବିଜୟ ଲ କ୍ଷ୍ୟ ନେଇ ରାଜସ୍ଥାନ ମୈଦାନକୁ ଓହ୍ଲାଇବ । ରାଜସ୍ଥାନରେ ବେନ ଷ୍ଟୋକ୍ସ, ଷ୍ଟିଭେନ ସ୍ମିଥ, ରବିନ ଉତ୍ଥାପା ଓ ଜୋଶ ବଟଲରଙ୍କ ଭଳି ଖେଳାଳି ରହିଛନ୍ତି ।