ଦିନେଶ କାର୍ତ୍ତିକଙ୍କ ଦମଦାର ବ୍ୟାଟିଂ । ୧୬୪ ରନ କଲା କୋଲକାତା । ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ।

85

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦିନେଶ କାର୍ତ୍ତିକଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ କୋଲକାତା ନାଇଟ ରାଇଡର୍ସ ୧୬୪ ରନ କରିବାରେ ସକ୍ଷମ ହୋଇଛି । ଏବେ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବକୁ ଜିତିବାକୁ ହେଲେ ଏହି ମ୍ୟାଚରେ ବଡ ପାଳି ଖେଳିବାକୁ ହେବ । ଏବେ ପଞ୍ଜାବ ପ କ୍ଷରୁ ଦୁଇ ବ୍ୟାଟ୍ସମ୍ୟାନ ବ୍ୟାଟିଂ ପାଇଁ ଆସିବେ ।

ଏହି ମ୍ୟାଚରେ କୋଲକାତା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଶୁଭମନ ଗିଲ୍ ୫୭ ଓ ଦିନେଶ କାର୍ତ୍ତିକ ୫୮ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ କରିଥିଲା ।

ଏବେ ପଞ୍ଜାବ ୧୬୫ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ମ୍ୟାକୱେଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି ।