କ୍ରିସ୍ ଲିନଙ୍କ ଧୁଆଁଧାର ବ୍ୟାଟିଂ ! ଚେନ୍ନାଇ ଆଗରେ ୧୬୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା କୋଲକାତା ।

58

କନକ ବ୍ୟୁରୋ : ଆଜି ଆଇପିଏଲରେ ଦୁଇ ଦୁଇଟି ଦମଦାର ଫାଇଟ ରହିଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । କୋଲକାତାର ଇଡେନ୍ ଗାର୍ଡେନ ଠାରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରି ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଛି ।

ପ୍ରଥମରୁ ଦଳ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କ୍ରିସ ଲିନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳୀ ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି । କ୍ରିସ ଲିନ୍ ୫୧ଟି ବଲ ଖେଳି ୬ଟି ଛକା ଏବଂ ୭ଟି ଚୌକା ବଳରେ ୮୨ ରନ୍ କରିଛନ୍ତି । ସେହିପରି ଯୁବ ଖେଳାଳୀ ନିତିଶ ରାଣା ୨୧ ଏବଂ ଅଧିନାୟକ ଦିନେଶ କାର୍ତ୍ତିକ ୧୮ ରନ କରିଛନ୍ତି । ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଇମ୍ରାନ ତାହିର ୪ ଓଭରରେ ମାତ୍ର ୨୭ ରନ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।