କନକ ବ୍ୟୁରୋ : କୋଲକାତାର ଦମଦାର ବୋଲିଂରେ ଭୁଷୁଡିପଡିଲା ହାଇଦ୍ରାବାଦର ବ୍ୟାଟିଂ ଅର୍ଡର । ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ । ଫଳରେ ବିଜୟ ପାଇଁ ଏବେ କୋଲକାତା ଆଗରେ ରହିଛି ମାତ୍ର ୧୧୬ ରନର ବିଜୟଲକ୍ଷ୍ୟ ।
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମରୁ ଦଳକୁ ଲାଗିଥିଲା ବଡ ଝଟକା । ଖାତା ଖୋଲିବା ଆଗରୁ ଦ୍ୱିତୀୟ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ ରିଦ୍ଧିମାନ ଶାହା । ଏହା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ । କୋଲକାତା ପକ୍ଷରୁ ଟିମ୍ ସାଉଦି, ଶିଭମ ମାଭି, ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/kkr-srh.jpg)