କରୋନା ସଂକଟ ବେଳେ ବୈଜ୍ଞାନିକଙ୍କ ସୁନ୍ଦର ଉଦ୍ଭାବନ । କୋଲକତାର ଜଣେ ବୈଜ୍ଞାନିକ ପ୍ରସ୍ତୁତ କଲେ ପକେଟ ଭେଣ୍ଟିଲେଟର, ଓଜନ ମାତ୍ର ୨୫୦ ଗ୍ରାମ

792

କନକ ବ୍ୟୁରୋ : କରୋନା କାଳରେ ଯେତେବେଳେ ଦେଶରେ ଭେଣ୍ଟିଲେଟରକୁ ନେଇ ସଂକଟ ଦେଖାଦେଇଛି, ଠିକ୍ ସେତିକି ବେଳେ କୋଲକତାର ଜଣେ ବୈଜ୍ଞାନିକ ପକେଟ୍ ଭେଣ୍ଟିଲେଟର ପ୍ରସ୍ତୁତ କରି କରୋନା ସଂକ୍ରମିତଙ୍କ ପାଇଁ ଆଶ୍ୱସ୍ଥି ଆଣିଛନ୍ତି ।

ଡ. ରାମେନ୍ଦ୍ର ଲାଲ୍ ମୁଖାର୍ଜୀ ପେଶାରେ ଜଣେ ଇଂଜିନିୟର । ସେ ଲଗାତର ଭାବେ ଏଭଳି କିଛି ଆବିସ୍କାର କରିଥାନ୍ତି । ଏବେ ସେ ବ୍ୟାଟେରୀ ମାଧ୍ୟମରେ ଚାଲୁଥିବା ଏକ ଭେଣ୍ଟିଲେଟର ଆବିସ୍କାର କରିଛନ୍ତି । ଯାହାକି କରୋନା ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ଥ ପ୍ରଦାନ କରିବ । ଏହି ଭେଣ୍ଟିଲେର ସହଜ ଉପାୟରେ କାର୍ଯ୍ୟ କରିବା ସହ ଏହା ଶସ୍ତା ବି । କରୋନା ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗୀମାନେ ବି ଯେତେବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବେ, ସେମାନେ ଏହି ପକେଟ ଭେଣ୍ଟିଲେଟର ସାହାଯ୍ୟରେ ଉପଶମ ପାଇପାରିବେ ।

ଡ. ମୁଖାର୍ଜୀ କହିଛନ୍ତି କି କରୋନା ସଂକଟ ମଧ୍ୟରେ ତାଙ୍କର ଅକ୍ସିଜେନ ସ୍ତର ୮୮ ରେ ପହଂଚିଯାଇଥିଲା । ସେତେବେଳେ ତାଙ୍କର ପରିବାର ଲୋକେ ତାଙ୍କୁ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଥିଲେ । ସେ ଘରେ ରହି ଠିକ୍ ହେବା ପରେ ରୋଗୀଙ୍କ ସାହାଯ୍ୟ କରିବାକୁ ତାଙ୍କ ମୁଣ୍ଡରେ ଏଭଳି ଆଇଡିଆ ଜୁଟିଥିଲା । ସେ ଏହା ଉପରେ କାମ କରିବା ଆରମ୍ଭ କରିବାର ୨୦ ଦିନ ମଧ୍ୟରେ ଏଭଳି ପକେଟ ଭେଣ୍ଟିଲେଟର ଆବିସ୍କାର କରିଥିଲେ ।

ସୂଚନା ମୁତାବକ ଏହି ଭେଣ୍ଟିଲେଟରେ ଦୁଇଟି ୟୁନିଟ୍ ରହିଛି । ଗୋଟିଏ ପାୱାର ଓ ଅନ୍ୟଟି ଭେଣ୍ଟିଲେଟର । ଯାହା କି ମାସ୍କ ସହିତ ଯୋଡି ହୋଇ ରହିଛି । ଏହି ଭେଣ୍ଟିଲେଟରର ଓଜନ ୨୫୦ ଗ୍ରାମ ହୋଇଥିବା ବେଳେ ଏହା ଗୋଟିଏ ଥର ଚାର୍ଜ କଲେ ଏହା ୮ ଘଂଟା ଚାଲିଥାଏ ।

କରୋନା କାଳରେ ଭେଣ୍ଟିଲେଟରକୁ ନେଇ ଦେଖା ଦେଇଥିବା ସଂକଟ ବେଳେ ଡ. ମୁଖାର୍ଜୀଙ୍କ ଏଭଳି ଉଦ୍ଭାବନ ଯଦି ସଫଳ ହୁଏ ତେବେ କରୋନା ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ ହେବ ।