କନକ ବ୍ୟୁରୋ :ଆରଜି ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଡେପୁଟି ସୁପରିଟେନଣ୍ଡେଟ ଅଖତର ଅଲ୍ଲୀ । ଏବେ ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଅଖତର ଅଭିଯୋଗ କରିଛନ୍ତି ବେଶ କିଛି ବର୍ଷ ହେବ
ସନ୍ଦୀପ ଘୋଷଙ୍କ ନାଁରେ ସାଂଘାତିକ ଅଭିଯୋଗ
-ସନ୍ଦୀପ ଘୋଷ ସନ୍ଦିଗ୍ଦ ଗତିବିଧିରେ ସମ୍ପୃକ୍ତ
-ବେଆଇନ କାମରେ ଲିପ୍ତ
-ଅଚିହ୍ନା ଶବକୁ ବିକୁଥିଲେ
-ବାଂଲାଦେଶ ଯାଏଁ ତାଙ୍କ ନେଟୱର୍କ
-ଚିକିତ୍ସା ଉପକରଣ ଚୋରା କାରବାର

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ଭିଜିଲାନ୍ସ ନିକଟରେ ଚିଠି ଲେଖି ଜଣାଇଥିଲେ ବି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯେଉଁ ଦିନ ସେ ଅଭିଯୋଗ କରିଥିଲେ ସେହି ଦିନ ହିଁ ତାଙ୍କର ବଦଳି କରାଯାଇଥିବା ଅଖତର ଅଲ୍ଲୀ ଖୁଲାସା କରିଛନ୍ତି ।

-ଜଣେ ମାଫିଆ ଓ ବେଶ ପ୍ରଭାବଶାଳୀ ବ୍ୟକ୍ତି ସନ୍ଦୀପ ଘୋଷ
-ଅନ୍ୟାନ୍ୟ ସରକାରୀ ଘରୋଇ ହସ୍ପିଟାଲରେ ମଧ୍ୟ ଥିଲା ତାଙ୍କ ଦବଦବା
-ଛାତ୍ରଛାତ୍ରୀଙ୍କଠୁ ଲାଂଚ ନେଉଥିଲେ
-କଥା ନମାନିଲେ ଫେଲ କରିଦିଆଯାଉଥିଲା
-ଛାତ୍ର ଗୋଷ୍ଠୀକୁ ଆନ୍ଦୋଳନ ପାଇଁ ଉସକାଉଥିଲେ
-ସବୁସ୍ଥାନରୁ ଲକ୍ଷାଧିକ ଟଙ୍କା କମିଶନ ନେଉଥିଲେ

ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏବେ ସୁଦ୍ଧା ସନ୍ଦୀପ ଘୋଷଙ୍କୁ ୭୦ଘଂଟାରୁ ଅଧିକ ସମୟ ଜେରା କରିସାରିଛି ସିବିଆଇ । ଆଜି ଷଷ୍ଠଦିନ ମଧ୍ୟରେ ତାଙ୍କୁ ଜେରା କରି ତଥ୍ୟ ଉଗାଳିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା ।ଏପରିକି ମାମଲାର ଶୁଣାଣୀ ସମୟରେ ମଧ୍ୟ ମଙ୍ଗଳବାର ସନ୍ଦୀପ ଘୋଷଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସୁପ୍ରିମକୋର୍ଟ ।

ସନ୍ଦୀପ ଘୋଷର ବ୍ୟକ୍ତିଗତ ଜୀବନରୁ ମଧ୍ୟ ଆଶ୍ଚଯ୍ୟ କରିବା ଭଳି ଜଣାପଡିଛି । ପାଖପଡୋଶୀଙ୍କ ବୟାନ ଅନୁସାରେ ସନ୍ଦୀପ ଘୋଷଙ୍କ ବ୍ୟବହାର ବେଶ ଖରାପ । ଘରୋଇ ହିଂସାର ଅଭିଯୋଗ ରହିଛି । ପତ୍ନୀ ଓ ପିଲାଙ୍କୁ ପିଟାପିଟି କରୁଥିଲେ

ଅନ୍ୟପଟେ ଆରଜି କଲେଜରେ ସନ୍ଦୀପ ଘୋଷଙ୍କ କାର୍ୟ୍ୟକାଳରେ ବଡଧରଣର ଅର୍ଥ ଅନିୟମତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିବାକୁ ରାଜ୍ୟ ସରକାର ଏସଆଇଟି ଟିମ ଗଠନ କରିଛି ।ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସନ୍ଦୀପଘୋଷ ପଦରୁ ଇସ୍ତଫା ଦେବାର କିଛି ଘଂଟା ପରେ ତାଙ୍କୁ କୋଲାକତା ମେଡିକାଲ କଲେଜରେ ନିଯୁକ୍ତି ମିଳିଥିଲା ।ତେବେ ହାଇକୋର୍ଟଙ୍କ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରି ତାଙ୍କୁ ଅନିଶ୍ଚିତାକଳ ଛୁଟିରେ ପଠାଇଛନ୍ତି

ମାମଲାର ଅନ୍ୟତମ ଅଭିଯୁକ୍ତଭାବେ ସନ୍ଦୀପ ଘୋଷଙ୍କୁ ଜେରା କରାଯାଉଛି । ସତ ଉଗାଳିବାକୁ କରାଯିବ ମିଛଧରା ପରୀକ୍ଷା ।ତେବେ ପ୍ରଶ୍ନ ଉଠୁଛି ଏତେ ବିବାଦ,ଅଭିଯୋଗ ଘେରରେ ଥିବା ଏହି ବ୍ୟକ୍ତିଙ୍କୁ କେମିତି ମିଳୁଥିଲା କ୍ଲିନଚିଟ୍?କାହିଁକି ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଶରଣ ଦେଉଥିଲେ?ମମତା ସରକାରଙ୍କ ଭୂମିକା ମଧ୍ୟ ଏବେ ପ୍ରଶ୍ନଘେରକୁ ଆସିଛି ।