ପଶ୍ଚିମବଙ୍ଗ ହିଂସାକାଣ୍ଡ ପାଇଁ ଟିଏମସି ଦାୟୀ : ଶାହା । କହିଲେ, ସିଆରପିଏଫ ଯବାନ ନଥିଲେ ବଞ୍ଚିବା ହୋଇଥାଆନ୍ତା ମୁସ୍କିଲ

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା

130

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର‌୍ୟାଲି ସମୟରେ ଟେକାପଥର ମାଡ । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପି ଦଳର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏବେ ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତୃଣମୁଳ କଂଗ୍ରେସକୁ ଦାୟୀ କରିଛନ୍ତି ।

amit sahaସିଆରପିଏଫ୍ ଯବାନ ମୁତୟନ ହୋଇନଥିଲେ ବଂଚିବା ହୋଇପଡ଼ିଥାନ୍ତା ମୁସ୍କିଲ୍ । କୋଲକାତା ରାଲି ବେଳେ ହୋଇଥିଲା ତିନି ତିନିଥର ହମଲା । ଆକ୍ରମଣ ପଛରେ ମମତା ବାନାର୍ଜିଙ୍କ ଟିଏମସି ଗୁଣ୍ଡା ଦାୟୀ । କିଛି ଏଭଳି ଶବ୍ଦରେ କୋଲକାତା ରାଲି ହିଂସା ପାଇଁ ଦାୟୀ କରିଛନ୍ତି ଅମିତ ଶାହା । ମମତା ପଶ୍ଚିମବଙ୍ଗରୁ ହାରୁଥିବା ଜାଣି ହିଂସାକାଣ୍ଡ ଘଟାଇଥିବା ଶାହା କହିଛନ୍ତି । ସେପଟେ ଏହାର ଜବାବ୍ ରଖିଛି ତୃଣମୁଳ କଂଗ୍ରେସ । ସେପଟେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି ।

ସ୍ଥାନ କୋଲକାତା । ବିପୁଳ ଜନସମାଗମ ସହ ଚାଲିଥିଲା ଅମିତ ଶାହାଙ୍କ ୭ କିଲୋମିଟର ଲମ୍ବା ରୋଡ୍ ସୋ । ଶାନ୍ତିଶୃଂଖଳାର ସହ ରୋଡ୍ ସୋ ଚାଲିଥିବା ବେଳେ ୟୁନିଭର୍ସିଟି ସାମ୍ନାରେ ମୁହାଁମୁହିଁ ହୋଇଥିଲେ ଟିଏମସି ଓ ବିଜେପି କର୍ମୀ । ବିଦ୍ୟାସାଗରଙ୍କ ପ୍ରତିମୂର୍ତି ଭଙ୍ଗା ପରି ଘଟଣା ମଧ୍ୟ ଘଟି ଥିଲା କୋଲକାତାରେ । ରାତି ତମାମ୍ ଏଠାରେ ଉତେଜନାମୂଳକ ସ୍ଥିତି ଦେଖିବାକୁ ମିଳିଥିଲା ।

ହିଂସାକାଣ୍ଡ ପରେ ଏବେ ତ୍ରୁଣମୁଳ କଂଗ୍ରେସ ଓ ବିଜେପି ଭିତରେ ଆରମ୍ଭ ହୋଇଯାଇଛି ଭିଡିଓ ୱାର । ପ୍ରଥମେ ଟିଏମସି ପକ୍ଷରୁ ଭିଡିଓ ଜାରି କରି ଏହ ହିଂସାକାଣ୍ଡ ପାଇଁ ବିଜେପିକୁ ଦାୟୀ କରାଯାଇଛି । ଏହାପରେ ବିଜେପି ମଧ୍ୟ ଭିଡିଓ ଜାରି କରି ଏହି ଘଟଣା ପଛରେ ଟିଏମସର ଥିବା ଦର୍ଶାଇଛି । ଆଜି କୋଲକାତା ହିଂସାର ପ୍ରଭାବ ଦେଶର ଅନ୍ୟଭାଗରେ ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀରେ ବିଜେପି ଗଣତନ୍ତ୍ର ବଂଚାଅ ପଶ୍ଚିମବଙ୍ଗ ବଂଚାଅ ପ୍ରଦର୍ଶନ କରିଥିବା ବେଳେ ପଶ୍ଚିମବଙ୍ଗର ୪୨ଟି ଆସନରେ ଟିଏମସି ଲଢ଼ୁଥିବା ବେଳେ ବିଜେପି ଦେଶସାରା ଲଢ଼ୁଥିବା ବିଜେପି କହିଛି ।ଆଜି ଟିଏମସି ପକ୍ଷରୁ କୋଲକାତାରେ ମଧ୍ୟ ପ୍ରଦର୍ଶନ କରାଯାଇଛି । ସେପଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ହିଂସାର ସ୍ଥାନ ନଥିବା ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି ।