କନକ ବ୍ୟୁରୋ: କୋଲକତାରୁ ସନ୍ଦେହ ଜନକ ଭାବେ ଜବତ ହେଲା ହଜାରେ କିଲୋ ବିସ୍ଫୋରକ । ବଡ କଥା ହେଉଛି ଓଡିଶା ନମ୍ବର ଥିବା ମାଟାଡୋର ଗାଡିରୁ ଏହି ବିସ୍ଫୋରକ ମିଳିଛି । ସୂଚନା ଅନୁସାରେ ଏହି ବିସ୍ଫୋରକ ଓଡିଶାରୁ ପଶ୍ଚିମବଙ୍ଗର ଉତର ଚବିଶ ପ୍ରଗଣା ଯାଉଥିଲା । ଗାଡିରେ ଥିବା ଉଭୟ ଡ୍ରାଇଭର ଓ ଖଲାସୀଙ୍କୁ କୋଲକତା ପୁଲିସ ଗିରଫ କରିଛି ।
ଡ୍ରାଇଭର ଇନ୍ଦ୍ରଜିତ ଭୋଇ ଓ ଖଲାସୀ ପଦ୍ମଲୋଚନ ଦେ ବୋଲି ଜଣାପଡିଛି ।ଉଭୟଙ୍କ ଘର ବସ୍ତା ବାଲେଶ୍ୱରରେ ।ତେବେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା, କିଏ ଓ କେଉଁଠାକୁ ପଠାଉଥିଲା ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ବିଶେଷ କରି ଓଡିଶା ନମ୍ବର ଗାଡିରେ ବିସ୍ଫୋରକ ଯାଉଥିବା ବେଳେ ଉଭୟ ଡ୍ରାଇଭର ଓ ଖଲାସୀ ମଧ୍ୟ ଓଡିଶାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/1000.jpg)
/kanak/media/post_attachments/wp-content/uploads/2019/03/explo-750x430-300x172.jpg)