ପଶ୍ଚିମବଙ୍ଗରେ ବଢିଲା ବିବାଦ ! ଅମିତ୍ ଶାହଙ୍କ ରାଲିରେ ପହଂଚିଲେ ପୋଲିସ୍ , ମାଗିଲେ ଅନୁମତି କାଗଜପତ୍ର   

1,647

କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ରାଲି ପୂର୍ବରୁ କଲିକତା ପୋଲିସ୍ ରାଲିରେ ପହଂଚିବା ସହ ଅନୁମତି କାଗଜପତ୍ର ମାଗୁଛନ୍ତି । ରିପୋର୍ଟ ମୁତାବକ କୋଲକାତା ପୋଲିସ୍ ଷ୍ଟେଜ୍ ସହ ଜଡିତ ଥିବା ଅନୁମତି ମାଗୁଛନ୍ତି ଏବଂ ପେପର୍ ନ ଦେଖାଇଲେ ଷ୍ଟେଜ୍ ଭାଙ୍ଗିବାକୁ ମଧ୍ୟ କହିଛନ୍ତି । ଅମିତ୍ ଶାହ ଆଜି ଟ୍ୱିଟରରେ ପୋଷ୍ଟ କରି କହିଥିଲେ ଯେ ଆଜି ଉତ୍ତର କୋଲକାତା ଧର୍ମତଲ୍ଲାରେ ମୁଁ ରାଲି କରିବାକୁ ଯାଉଛି ।

ଅମିତ୍ ଶାହଙ୍କ କହିବାନୁସାରେ ଧର୍ମତଲ୍ଲାରେ ସହିଦ୍ ମିନାର୍ ମେଦାନ୍ ରୁ ମନିକାତଲ୍ଲାର ବିବେକନନ୍ଦ ହାଉସ୍ ପର୍ଯ୍ୟନ୍ତ ସେମାନେ ରୋଡ୍ ଶୋ’ କରିବେ । ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ କହିଥିଲେ କୋଲକାତାରେ ଅମିତ୍ ଶାହଙ୍କୁ ରୋକିବାକୁ ଚେଷ୍ଟା କରାଯାଉଛି । ସେ ଟ୍ୱିଟ କରି ଲେଖିଥିଲେ, “ଅମିତ୍ ଶାହ ଜୀଙ୍କ ରାଲିକୁ ରୋକିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ହଇରାଣ କରିବା ପାଇଁ ପ୍ରଶାସନକୁ ଖୋଲାଖୋଲି ଛାଡିଦେଇଛି । ଅମିତ୍ ଶାହଙ୍କ ରାଲିକୁ ବିରୋଧ କରିବା ପାଇଁ ଲାଉଡ୍ ସ୍ପିକରକୁ ପୋଲିସ୍ ମୁଦ୍ଦା କରିଛି ପଶ୍ଚିମବଙ୍ଗ ପୋଲିସ୍ । ଏହି ନିର୍ବାଚନ ଆଚାର ସଂହିତାଙ୍କର ନା ମମତା ସରକାରଙ୍କ ହଠଧର୍ମର ?” କୈଳାସ ବିଜୟବର୍ଗୀୟ ଏକ ଟ୍ୱିଟ୍ ସହ ଭିଡିିଓ ମଧ୍ୟ ଜାରୀ କରିଛନ୍ତି ଏଥିରେ ସେ କଲିକତା ପୋଲିସ୍ ସହ କଥାବାର୍ତ୍ତା କରୁଥିବା ନଜର ଆସୁଛନ୍ତି । କଲିକତା ପୋଲିସ୍ କୁ କୈଳାସ ବିଜୟବର୍ଗୀୟ କହୁଛନ୍ତି ଯେ ସେ ଆଚାର ସଂହିତାର ପାଳନ କରୁନାହାନ୍ତି ଏବଂ ଏହାପରେ ଯୁକ୍ତିତର୍କ ହେଉଥିବା ମଧ୍ୟ ଦେଖାଯାଉଛି । ଆପଣଙ୍କୁ କହିରଖୁଛୁ ସୋମବାର ମଧ୍ୟ ପଶ୍ଚିମବଙ୍ଗରେ ଅମିତ୍ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କିଛି ରାଲିକୁ ରଦ୍ଦ କରାଯାଇଥିଲା ।