‘ଆମେ ଯାଉଥିବା ବିମାନରେ ଅଛନ୍ତି ଆତଙ୍କବାଦୀ’ ମେସେଜ ପାଇଁ ଆତଙ୍କିତ ହେଲେ ଲୋକ, ସଠିକ ସମୟରେ ଉଡାଣ ଭରିପାରିଲାଣି ବିମାନ

Advertisment
‘ଆମେ ଯାଉଥିବା ବିମାନରେ ଅଛନ୍ତି ଆତଙ୍କବାଦୀ’ ମେସେଜ ପାଇଁ ଆତଙ୍କିତ ହେଲେ ଲୋକ, ସଠିକ ସମୟରେ ଉଡାଣ ଭରିପାରିଲାଣି ବିମାନ

କନକ ବ୍ୟୁରୋ : ଏକ ଟେକ୍ସଟ୍ ମେସେଜ୍ ଯୋଗୁଁ କୋଲକାତା ବିମାନ ବନ୍ଦରରେ ଧୀରେ ଧୀରେ ରନୱେ ଆଡ଼କୁ ଗଡୁଥିବା ଗୋଟାଏ ମୁମ୍ବାଇଗାମୀ ଜେଟ୍ ଏୟାରୱେଜ୍ ବିମାନରେ ନିରାପତ୍ତା ତତ୍ପରାତା ଦେଖା ଦେଇଥିଲା। ‘ବିମାନରେ ଆତଙ୍କବାଦୀ ଅଛନ୍ତି’ ବୋଲି ଟେକ୍ସଟ୍ ମେସେଜ୍ ଟାଇପ୍ କରୁଥିବା ଜଣେ ଯାତ୍ରୀଙ୍କୁ ଏଥି ପାଇଁ ଅଟକା ଯାଇ ପଚରା ଉଚୁରା କରାଯାଉଛି। ଏ ଭଳି ମେସେଜ୍ ଟାଇପ୍ କରୁଥିବା ଯାତ୍ରୀଙ୍କର ଜଣେ ସହଯାତ୍ରୀ ଦେଖି ପାରି ବିମାନ ପରିଚାରକଙ୍କୁ ସୂଚନା ଦେଇଥିଲେ।

publive-imageଏ କଥା ପରିଚାରକ ବିମାନର କମାଣ୍ଡରଙ୍କୁ କହିବାରୁ ସେ ବିମାନଟିକୁ ପାର୍କିଙ୍ଗ୍ ସ୍ଥାନକୁ ଫେରାଇ ନେବାକୁ ସ୍ଥିର କଲେ। ସେଠାରେ ନିରାପତ୍ତା କର୍ମଚାରୀମାନେ ବିମାନ ଭିତରେ ପଶି ପଚରା ଉଚୁରା ପାଇଁ ଲୋକଟିକୁ ଅଟକ ରଖିଛନ୍ତି। ଘଟଣାଟି ଜେଟ୍ ଏୟାରଓଏଜର ବିମାନ ୯ଡବଲୁ ୪୭୨ରେ ଘଟିଛି। ଏହି ବିମାନଟି କୋଲକତାରୁ ସାଧାରଣତଃ ସକାଳ ୮:୧୫ରେ ଉଡ଼ାଣ ଆରମ୍ଭ କରିଥାଏ। ଟେକ୍ସଟ୍ ମେସେଜ୍ ଯୋଗୁଁ ଘଣ୍ଟାଏରୁ ଅଧିକ ବିଳମ୍ବରେ ଅର୍ଥାତ୍ ୯:୩୬ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଏହି ବିମାନରେ ଯାଉଥିବା ଯାତ୍ରୀ ସଠିକ ସମୟରେ ବିମାନ ଉଡାଣଭରି ନଥିବାରୁ ହଇରାଣ ହୋଇଥିବା କହିଛନ୍ତି । ଏହାସହ କାହିଁକି ଓ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଯାତ୍ରୀଜଣକ ଏପରି ମେସେଜ କରୁଥିଲେ ତାହାର ତଦନ୍ତ ହେବ ବୋଲି ବିମାନ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe