ଆଇପିଏଲ ଟକ୍କର : ଟସ୍ ଜିତି କୋଲକାତାର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

65

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ବାଙ୍ଗାଲୋର ଦଳ ବୋଲିଂ ଆରମ୍ଭ କରିବ । ଏବେ କୋଲକାତାର ଦୁଇ ବ୍ୟାଟ୍ସମ୍ୟାନ ମୈଦାନକୁ ଓହ୍ଲାଇବେ । କୋଲକାତା ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୯ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ବାଙ୍ଗାଲୋର ୬ଟି ବିଜୟ ଓ ୩ଟି ପରଜାୟ ସହ ତୃତୀୟ ସ୍ଥାନରେ ରହିଛି । ସେହିପରି କୋଲକାତା ୫ଟି ବିଜୟ ଓ ୪ଟି ପରାଜୟ ସହ ଚତୁର୍ଥ ସ୍ଥାନରେ ରହିଛି । କୋଲକାତାକୁ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଆଜିର ମ୍ୟାଚରେ ବିଜୟୀ ହେବାକୁ ପଡିବ ।

କୋଲକାତାରେ ଶୁଭମନ ଗିଲ, ଇୟନ ମୋର୍ଗାନ, ଦିନେଶ କାର୍ତ୍ତିକ , ରସେଲଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ବାଙ୍ଗାଲୋରରେ ବିରାଟ କୋହଲି, ଡିଭିଲିୟର୍ସ, ପାଡିକଲଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଆଜିର ମ୍ୟାଚ ଦମଦାର ରହିବ ।