କନକ ବ୍ୟୁରୋ : ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ ଦଳ । ଦିଲ୍ଲୀର ଦୁଇ ଓପନ ବ୍ୟାଟିଂ ଆରମ୍ଭ କରିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।
ଦୁଇ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ଉଭୟ ଦୁଇଟିରେ ବିଜୟ ହୋଇଥିବା ବେଳେ ଗୋଟିଏରେ ପରାଜୟ ସାମ୍ନା କରିଛନ୍ତି । ତେଣୁ ଏହି ମ୍ୟାଚକୁ ଉଭୟ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ ।
ଦୁଇ ଦଳ ଏହି ଆଇପିଏଲରେ ଶକ୍ତିଶାଳୀ ନଜର ଆସିଛନ୍ତି । ଦିଲ୍ଲୀ ଟିମରେ ଶ୍ରେୟାସ ଆୟର, ଶିଖର ଧୱନ, ମାର୍କସ ଷ୍ଟୋଇନ, ରିଷବ ପନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି କୋଲକାତାରେ ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳି ରହିଛନ୍ତି ।