ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ  । ପ୍ରଥମେ ବ୍ୟାଟିଂ କରିବାକୁ ଆସିବ ମୁମ୍ବାଇ 

93

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା  । ତେଣୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ମୁମ୍ବାଇ ପକ୍ଷରୁ ଡିକକ୍ ଓ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିବେ । ମୁମ୍ବାଇ ତାର ଦ୍ୱିତୀୟ ମ୍ୟାଚ ଆଜି ଖେଳିବ । ଅନ୍ୟପକ୍ଷରେ କୋଲକାତା ଆଜି ତାର ପ୍ରଥ ମ୍ୟାଚ ଖେଳିବାକୁ ଯାଉଛି ।

ମୁମ୍ବାଇ ତାର ପ୍ରଥମ ମ୍ୟାଚରେ ଚେନ୍ନାଇଠାରୁ ପରାସ୍ତ ହୋଇଥିଲା । ତେଣୁ ଏହି ମ୍ୟାଚରେ ବିଜୟ ହେବା ଆଶାରେ ମୈଦାନକୁ ଓହ୍ଲାଇବ । ସେହିପରି କୋଲକାତା ମଧ୍ୟ ତାର ପ୍ରଥମ ମ୍ୟାଚ ଜିତି ବିଜୟ ଯାତ୍ରା କରିବା ଲକ୍ଷ୍ୟରେ ରହିଛି ।

ମୁମ୍ବାଇରେ ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ରୋହିତ ଶର୍ମା ଓ ଡିକକ୍ ଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦଳ ଏହି ମ୍ୟାଚରେ ବଡ ସ୍କୋର କରିବା ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ କୋଲକାତାରେ ଆନ୍ଦ୍ରେ ରସେଲ, ଇଅନ ମୋର୍ଗାନ ଓ ସୁନିଲ ନାରାଇନଙ୍କ ଭଳି ଅଲରାଉଣ୍ଡର ରହିଛନ୍ତି ।