ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । 

145

କନକ ବ୍ୟୁରୋ : ବ୍ୟାଟିଂ ଓ ବୋଲିଂ ଉଭୟ ପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି କୋଲକାତା । ଫଳରେ କୋଲକାତା ଏହି ମ୍ୟାଚରେ ଦିଲ୍ଲୀଠାରୁ ୫୯ ରନରେ ବିଜୟ ହାସଲ କରିଛି । ଏହାସହ କୋଲକାତା ୨ ପଏଣ୍ଟ ପାଇ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛି । ଅନ୍ୟପକ୍ଷରେ ଦିଲ୍ଲୀ ଏହି ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ହେଲେ ଶେଷରେ ସୁନୀଲ ନାରିନ ଓ ନିତୀଶ ରାଣା ଦମଦାର ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ନାରିନ ୬୪ ଓ ନିତୀଶ ୮୧ ରନ କରିଥିଲେ । ଫଳରେ କୋଲକାତା ୨୦ ଓଭରରେ ୬ ୱିକେଟ ହରାଇ ୧୯୪ କରିଥିଲା ।

ପରେ ୧୯୫ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ ଟିମ ବିଫଳ ହୋଇଥିଲା । ଦଳ ଭଲ ଆରମ୍ଭ କରିପାରିନଥିଲା ।ଦଳ ପକ୍ଷରୁ ଆୟର ୪୭ ଓ ପନ୍ତ ୨୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୩୫ ରନ କରିବାରେ ସକ୍ଷମ ହୋଇଥିଲା ।