ସୁପର ଓଭରରେ କୋଲକାତାର ସୁପର ଶୋ’ । ହାଇଦ୍ରାବାଦକୁ ହରାଇଲା କୋଲକାତା ନାଇଟ ରାଇଡର୍ସ ।

199

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଛି । ଏଥିରେ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଫଳରେ କୋଲକାତା ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ବ୍ୟାଟିଂ ପାଇଁ ଆସିଥିଲା । ହେଲେ ଦଳ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୩୬, ଇୟନ ମୋର୍ଗାନ ୩୪, ଦିନେଶ କାର୍ତ୍ତିକ ୨୯, ନିତୀଶ ରାଣା ୨୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୬୩ ରନ କରିଛି ।

ପରେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ମୈଦାନକୁ ଓହ୍ଲାଇଥିଲେ । ହେଲେ କୋଲକାତା ବୋଲରଙ୍କ ଆଗରେ ହାର ମାନିଥିଲେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୪୭, ଜନି ବେୟାରଷ୍ଟୋ ୩୬, ୱିଲିୟମସନ ୨୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୬୩ ରନ କରି ମ୍ୟାଚକୁ ଡ୍ର କରିଥିଲା । ପରେ ସୁପର ଓଭରରେ କୋଲକାତା ମ୍ୟାଚରେ ବିଜୟୀ ହୋଇଥିଲା ।