କୋଲକାତା ବୋଲିଂରେ ଚିତ୍ ହେଲା ରାଜସ୍ଥାନ । ୩୭ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । 

147
କନକ ବ୍ୟୁରୋ : କୋଲକାତା ବୋଲରଙ୍କ ଘାତକ ବୋଲିଂରେ ଚିତ୍ ହେଲା ରାଜସ୍ଥାନ ରୟାଲ୍ସ । ଫଳରେ କୋଲକାତା ନାଇଟ ରାଇଡର୍ସ ଏହି ମ୍ୟାଚରେ ୩୭ ରନରେ ବିଜୟୀ ହୋଇଛି । ଦଳ ପକ୍ଷରୁ ଶିଭମ ମାଭି ଚମତ୍କାର ବୋଲିଂ କରିଛନ୍ତି । ସେହିପରି ବ୍ୟାଟିଂରେ ଶୁଭମନ ଗିଲ ୪୭ ରନ ହାସଲ କରିଛନ୍ତି ।
ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ କୋଲକାତା ବ୍ୟାଟ୍ସମ୍ୟାନ ମାନେ ସଫଳ ବ୍ୟାଟିଂ କରିପାରିନଥିଲେ । ଦଳ ପକ୍ଷରୁ କେବଳ ଶୁଭନ ଗିଲ ୪୭ ଓ ମୋର୍ଗାନ ୩୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ କରିଥିଲା ।
ପରେ ୧୭୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ହେଲେ କୋଲକାତା ବୋଲଙ୍କ ଆଗରେ ଫେଲ ମାରିଥିଲେ ରାଜସ୍ଥାନର ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ ଟମ କୁରାନ ସବାର୍ଧିକ ୫୪ ରନ ଓ ବଟଲର ୨୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ କରିଥିଲା ।