କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ସତ୍ତେ୍ୱ ପରଜାୟ ଲାଭ କଲା ପଞ୍ଜାବ । ଏଥିରେ ପଞ୍ଜାବକୁ ୨ରନରେ ହରାଇଛି କୋଲକାତା । ଏହି ମ୍ୟାଚର ଶେଷ ଓଭରରେ ସୁନୀଲ ନାରାଏନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା ଏହି ବିଜୟ ସହ କୋଲକାତା ଦୁଇ ପଏଣ୍ଟ ହାସଲ କରିଛି ।

Advertisment

ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ବ୍ୟାଟିଂ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଶୁଭମନ ଗିଲ୍ ୫୭ ଓ ଦିନେଶ କାର୍ତ୍ତିକ ୫୮ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ କରିଥିଲା ।

ପରେ ୧୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ ଦଳ । ଦଳ ପକ୍ଷରୁ ମୟଙ୍କ ଓ ରାହୁଲ ଦମଦାର ଆରମ୍ଭ କରିଥିଲେ । ରାହୁଲଙ୍କ ୭୪ ଓ ମୟଙ୍କଙ୍କ ୫୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଦଳ ଏହି ମ୍ୟାଚକୁ ୨ରନରେ ଜିତି ନେଇଛି ।